Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Mohan Majhi / ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

Key Points

୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି ।
ଆମ ସରକାର ଇଭେଣ୍ଟ ମ୍ୟାନେଜ ମେଣ୍ଟରେ ସୀମିତ ନାହିଁ ।

ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, ସ୍ଥିର ସରକାର ଥାଇ ଓଡ଼ିଶାକୁ ଶିଳ୍ପରେ ଆଗକୁ ନନେବା ଓଡ଼ିଶାକୁ ଧୋକ୍କା । ଶିଳ୍ପରେ ଆଶାନୁରୂପ ଆଗକୁ ବଢ଼ି ପାରିନାହାନ୍ତି । ପୂର୍ବ ୨୪ ବର୍ଷ ସ୍ଥିର ସରକାର ଥିଲା । ଶିଳ୍ପରେ ବିପ୍ଳବ କରିପାରିଥାନ୍ତେ, କିନ୍ତୁ କରିପାରିଲେନି । ଏହା ତାଙ୍କର ଦୂର ଦୃଷ୍ଟିର ଅଭାବ ଏବଂ ରାଜନୈତିକ ଇଛାଶକ୍ତିର ଅଭାବ । ଶାସନ ପ୍ରଶାସନକୁ କେବଳ ଇଭେଣ୍ଟ ଭାବି କାର୍ଯ୍ୟକ୍ରମ କରିଥିଲେ ।

Image
ଗତ ସରକାରରେ ମେକ୍ ଇନ୍ ଓଡ଼ିଶାର ୩ଟି ସଂସ୍କରଣ ହୋଇଥିଲା, ଅନେକ ବୁଝାମଣା ହୋଇଥିଲା । କିନ୍ତୁ ବାସ୍ତବରେ କେତେ ଗ୍ରାଉଣ୍ଡିଂ ହେଲା ତାହା ସମସ୍ତେ ଜାଣିଛନ୍ତି । ଆମ ସରକାର ଆସିବାର ୧୭ ମାସ ଭିତରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛୁ । ୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି । ଆମ ସରକାର ଇଭେଣ୍ଟ ମ୍ୟାନେଜ ମେଣ୍ଟରେ ସୀମିତ ନାହିଁ । ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ ହୋଇଛି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Image
ସେଥିରୁ ଗ୍ରାଉଣ୍ଡିଂ ହୋଇସାରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ରିୟଲ୍ ଟାଇମ ଭିତରେ ପ୍ରକଳ୍ପ କରିବାକୁ ସରକାର ପ୍ରତିବଦ୍ଧ । ୩୦ଟି ଜିଲ୍ଲାରେ ୬୪ଟି ସ୍ଥାନରେ ଶିଳ୍ପ ହେବ । ଏବେ ୧୪ ଜିଲ୍ଲାରେ ଗ୍ରାଉଣ୍ଡ ବ୍ରେକିଂ କାମ ସରିଲାଣି ।

Image
ଅନ୍ୟପଟେ ମଙ୍ଗଳବାର ନିଯୁକ୍ତି ମେଳାରେ ଚାକିରି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ବିଭାଗ ଗୁଡ଼ିକ ମଧ୍ୟରେ ଗୃହ ବିଭାଗରେ ୧୯୭୯ ଜଣ କନଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ ୭ ଜଣ PET ଏବଂ ୩୧ ଜଣ Laboratory Assistant cum Store Keeperଙ୍କୁ ନିଯୁକ୍ତି ମିଳିଛି ।

Image
ସେହିଭଳି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ଜଣ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖଣି ଓ ଭୂ-ତତ୍ତ୍ୱ ନିର୍ଦ୍ଦେଶାଳୟରେ ୧୪ ଜଣ କନିଷ୍ଠ ରସାୟନବିତ୍, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭ ଜଣ କନିଷ୍ଠ ଷ୍ଟେନୋଗ୍ରାଫର୍, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ ଜଣ ଫରେଷ୍ଟଗାର୍ଡ ଓ ୨୪୬ ଜଣ ଫରେଷ୍ଟର, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୭ ଜଣ ସହକାରୀ କୃଷି ଅଧିକାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗରେ ୧୫ ଜଣ ପାରାମେଡିକ୍‌ସ ଷ୍ଟାଫ୍, ଜଳସମ୍ପଦ ବିଭାଗରେ ୩୬ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Mechanical), ଏହାସହିତ ପ୍ରଥମଥର କରି ଆଡଭୋକେଟ ଜେନେରାଲ ଅଫିସ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CM Mohan Majhi | CM Mohan Majhi targets previous government in Samruddha Odisha programme | Argus News