Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ଥରେ ଲୋକଙ୍କ ମୁଖ୍ୟମନ୍ତ୍ରୀର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ

Odisha

ପୁଣି ଥରେ ଲୋକଙ୍କ ମୁଖ୍ୟମନ୍ତ୍ରୀର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ପୁଣି ଥରେ ଲୋକଙ୍କ ମୁଖ୍ୟମନ୍ତ୍ରୀର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ

Key Points

ପ୍ରୋଟୋକଲ ଭାଙ୍ଗିଲେ, ନାନୋରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ । ଯାହା ଆଜି ଦିନ ତମାମ ଚର୍ଚ୍ଚାର ବିଷୟ ପାଲଟିଛି ।

ଭୁବନେଶ୍ୱର: ପ୍ରୋଟୋକଲ ଭାଙ୍ଗିଲେ, ନାନୋରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ । ଯାହା ଆଜି ଦିନ ତମାମ ଚର୍ଚ୍ଚାର ବିଷୟ ପାଲଟିଛି । କୃଷି ଓଡିଶା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ । ନାନୋ କାରରେ ବସି ବରମୁଣ୍ଡା ପଡିଆରୁ ଲୋକସେବା ଭବନକୁ ଗଲେ ମୁଖ୍ୟମନ୍ତ୍ରୀ ।


ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗାଡି ଡ୍ରାଇଭ୍ କରିଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପାଖ ସିଟ୍ ରେ ବସିଥିଲେ । ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପଛ ସିଟ୍ ରେ ବସିଥିଲେ । ତେବେ କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଯେତେବେଳେ ମୁଖ୍ୟମନ୍ତ୍ରୀ ସଚିବାଳୟ ବାହାରିଥିଲେ, ସେତେବେଳେ ଉପମୁଖ୍ୟମନ୍ତ୍ରୀ ତାଙ୍କୁ ନାନୋ କାର୍ ରେ ବସି ଲୋକସେବା ଭବନକୁ ଯିବା ପାଇଁ କହିଥିଲେ । ଆଉ ତାଙ୍କ କଥା ରଖିଥିଲେ ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ କାରକେଡ୍ ଛାଡି ମୁଖ୍ୟମନ୍ତ୍ରୀ ନାନୋ ଗାଡିରେ ଯିବାକୁ ନେଇ ଲୋକେ କହୁଛନ୍ତି ଯେ ପୁଣି ଥରେ ଲୋକଙ୍କ ମୁଖ୍ୟମନ୍ତ୍ରୀର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Sponsored
cm-mohan-majhi-travels-in-nano-car | Argus News