କାହା ଚାପରେ କାମ କରିବେନି, ଲୋକଙ୍କ କାମ କରିବେ - ମୁଖ୍ୟମନ୍ତ୍ରୀ

Key Points
ସିଡିଓ ଏବଂ ବିଡିଓ ମାନଙ୍କୁ ମୁଖ୍ୟମନ୍ତ୍ରଙ୍କ କଡ଼ା ତାଗିଦ
ପରୋକ୍ଷରେ କହିଲେ- ବିଜେଡି ପ୍ରୀତି ଛାଡ଼
ସିଡିଓ ଏବଂ ବିଡିଓ ମାନଙ୍କୁ ମୁଖ୍ୟମନ୍ତ୍ରଙ୍କ କଡ଼ା ତାଗିଦ । ପରୋକ୍ଷରେ କହିଲେ- ବିଜେଡି ପ୍ରୀତି ଛାଡ଼ । ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ । ସରକାର ବଦଳିବାର ୨ରୁ ୩ ମାସ ସମସ୍ତେ ସେହି ମାନସିକତାରେ ଥିଲେ । ବିଜେଡି ସରକାର ଶଙ୍ଖ ଵାଲାଙ୍କ ପାଇଁ କାମ କରିବା । ଅନେକ ଅଧିକାରୀ ବିଧାୟକ ଏବଂ ବିଧାୟିକାଙ୍କ ସହ ଭଲ ସମ୍ପର୍କ ରଖୁ ନାହାନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହ ବି ଭଲ ସମ୍ପର୍କ ରଖି ନାହାନ୍ତି ।
ମୋର ଭାଷଣ ଆସିଲେ ଟିଭି ବନ୍ଦ କରି ଲୋକଙ୍କୁ ପଳାଇ ଯିବାକୁ କହୁଛନ୍ତି । କିନ୍ତୁ ମୁଁ କହି ସାରିଛି । ସେ କାଳ ପଖାଳ ଆଉ ନାହିଁ । ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । କାହା ଚାପରେ କାମ କରିବେନି, ଲୋକଙ୍କ କାମ କରିବେ । ଆମ ଲାଇନରେ ସେଟ୍ ଅଫ୍ ହେବାକୁ ପଡିବ । ଏକ୍ସକ୍ୟୁଜ୍ ଦେଲେ ଚାଲିବ ନାହିଁ । ଜିଲ୍ଲାପାଳଙ୍କ ଜରିଆରେ ବିଡ଼ିଓ ମାନଙ୍କ ରିପୋର୍ଟ କାର୍ଡ ମଗାଯିବ । ଯେଉଁ ଅଧିକାରୀ non proformer ରହିବେ ତାକୁ ଗ୍ରହଣ କରାଯିବ ନାହିଁ । ବିଧାୟକ, ବିଧାୟିକା ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁନାହାନ୍ତି, ସମ୍ମାନ ଦେଉନାହାନ୍ତି । ଆଶା କରୁଛି ଏହାକୁ ସୁଧାରିବେ । ସେମାନେ ଲୋକଙ୍କ କଥା ପାଇଁ ଆପଣ ମାନଙ୍କୁ ପାଖକୁ ଯାଉଛନ୍ତି । ନିଜକୁ ଲୋକ ସେବକ ଭାବ ଆଉ ଅଭିଯୋକୁ ସମାଧାନ କର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।