Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Mohan Majhi / ଅଫିସରଙ୍କୁ ତାଗିଦ୍‌ ! 'ଦୁର୍ନୀତି କରି ସରକାରଙ୍କୁ ବଦ୍‌ନାମ କରନାହିଁ, ବରଦାସ୍ତ କରାଯିବନି'

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଅଫିସରଙ୍କୁ ତାଗିଦ୍‌ ! 'ଦୁର୍ନୀତି କରି ସରକାରଙ୍କୁ ବଦ୍‌ନାମ କରନାହିଁ, ବରଦାସ୍ତ କରାଯିବନି'

Key Points

ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ ଚୋରା ମଦ କାରବାର କରୁଥିବା ମଦ ମାଫିଆ ଓ ବାଲି ମାଫିଆଙ୍କ ମହଲରେ ଚହଳ ପଡ଼ିଯାଇଛି ।

ବାଲି ମାଫିଆଙ୍କୁ ଆଉ ତ୍ରାହି ନାହିଁ । କଡ଼ା ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଓ ଏସ୍‌ପିଙ୍କୁ କହିଲେ, 'ବାଲି ମାଫିଆଙ୍କୁ ସାବାଡ଼ କର । ଖାଲି ବାଲି ମାଫିଆ ନୁହେଁ ଚୋରା ମଦ କାରବାର କରୁଥିବା ଲୋକଙ୍କୁ ବି ଗୋଡ଼େଇ ଗୋଡ଼େଇ ଧର । କାହାରିକୁ ଛାଡ଼ିବା ଦରକାର ନାହିଁ । ଯିଏ ବି ବେଆଇନ କାମ କରୁଛି, ତାକୁ ତୁରନ୍ତ ଧରନ୍ତୁ । ଦରକାର ପଡିଲେ ଡ୍ରୋନ ଟେକ୍ନୋଲୋଜିର ସାହାଯ୍ୟ ନିଅନ୍ତୁ' ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ ଚୋରା ମଦ କାରବାର କରୁଥିବା ମଦ ମାଫିଆ ଓ ବାଲି ମାଫିଆଙ୍କ ମହଲରେ ଚହଳ ପଡ଼ିଯାଇଛି । କାହାର ଆଉ ନିସ୍ତାର ନାହିଁ । ଯିଏ ବି ବେଆଇନ କାରବାରରେ ଲିପ୍ତ ଅଛନ୍ତି ସେମାନେ ଏବେ ବେଡ଼ିଂ ପୁଟୁଳି ବାନ୍ଧିବା କଥା ଚିନ୍ତା କରୁଛନ୍ତି ।

ମଙ୍ଗଳବାର ଜିଲ୍ଲାପାଳ ସମ୍ମିଳନୀରେ ଏଭଳି କଡ଼ା ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାଲି ଚୋରି ଏବଂ ଚୋରା ମଦ କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଲଘୁ ଖଣିଜ ଚୋରା ଚାଲାଣ ହେଉଛି । ତେଣୁ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକାରୀ ମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଏହାକୁ ସଂଗଠିତ ଅପରାଧ ଶ୍ରେଣୀରେ ବିବେଚନା କରି ଦୃଢ଼ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୁଅନ୍ତୁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

ସେହିପରି ଚୋରା ମଦ କାରବାର ରୋକିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିୟମିତ ଚଢ଼ାଉ କରିବାକୁ କହିଛନ୍ତି । ଚୋରା ମଦ ଭାଇରସକୁ ମୂଳ ପୋଛ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଯଦି ଚୋରା ମଦ କାରବାର ପାଇଁ କୌଣସି ଘଟଣା ଘଟେ ତାହେଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ। ସରକାର ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଏହି ସମ୍ମିଳନୀରେ ଜିଲ୍ଲାପାଳ ମାନଙ୍କୁ ସିଏମ ମୋହନଙ୍କ ୯ଟି ବଡ଼ ପରାମର୍ଶ ଦେଇଛନ୍ତି । ସେଗୁଡ଼ିକ ହେଲା...

1- ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ଦୁର୍ନୀତି ପାଇଁ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି ।
2- ଅଧିକ ଫିଲ୍ଡ ଭିଜିଟ୍‌ କର ।
3- ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର, ରିୟଲ ଟାଇମ ଡାଟା ବ୍ୟବହାର କରି ସମସ୍ୟାର ସମାଧାନ କର ।
4- ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଇ ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣ ।
5- ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରଶାସନିକ ସ୍ତରରେ ଓଡିଆ ଭାଷାର ବହୁଳ ବ୍ୟବହାର, ସରକାରୀ ନୋଟିସ ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ।
6- ସୋସିଆଲ ମିଡିଆ ଜରିଆରେ ସରକାରୀ ସୂଚନା ସବୁକୁ ବ୍ୟାପକ କରନ୍ତୁ ।
7- ଆଉଟସୋର୍ସିଂ କମାଅ, ରାଜ୍ୟସ୍ତରରେ PMU ଏବଂ ଜିଲ୍ଲାସ୍ତରରେ ଆଉଟସୋର୍ସ କରାଯାଉଛି, ଏହାକୁ କମାଅ ।
8- ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ ।
9- ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CM Mohan Majhi | CM Mohan Majhi warns officers! 'Don't defame the government by committing corruption | Argus News