ଭରତପୁର କେସ୍ : ମୋହନ କହିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ

Key Points
- ଭରତପୁର ଘଟଣାକୁ ନେଇ କମ୍ପନ
- ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି
- ଉପମୁଖ୍ୟମନ୍ତ୍ରୀ କହିଲେ ଦୋଷୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ : ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଭରତପୁର ଥାନାରେ ଯେଉଁ କାଣ୍ଡ ହେଲା ତାହା ରାଜ୍ୟ ରାଜନୀତିକୁ ସରଗରମ କଲାଣି । ବିରୋଧୀ ଦଳର ନେତା ବି ଗତକାଲି ପ୍ରେସମିଟ୍ କରି ବିଚାରବିଭାଗୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏ ସରକାର ଦୋଷୀଙ୍କୁ କେବେ ଛାଡିବ ନାହିଁ । ହେଲେ ପୋଲିସର ଦୁର୍ବ୍ୟବହାରକୁ ନେଇ ପୁରା ରାଜ୍ୟରେ ଆଲୋଡନ ସୃଷ୍ଟି ହେଲାଣି ।
ଭୁବନେଶ୍ଵର ଭରତପୁର ଥାନା ଘଟଣା ନେଇ ସାରା ରାଜ୍ୟରେ ହଇଚଇ । ଆକ୍ସନ୍ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ କହିଛନ୍ତି ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ସେମାନଙ୍କ ନାଁରେ FIR ବି ହୋଇଛି। ସରକାର ସଚେତନ ଅଛନ୍ତି, ଆଗାମୀ ଦିନରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ସେପଟେ ମାମଲା ଗମ୍ଭୀର ହେବା ପରେ ଭୁବନେଶ୍ଵର ଡିସିପିଙ୍କୁ ଡକାଇ ମାମଲା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତା ପରେ ମେଜରଙ୍କ ବାନ୍ଧବୀଙ୍କୁ ବି ଭେଟିଛନ୍ତି । ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ କହିଛନ୍ତି, ଅପରାଧୀଙ୍କୁ କୌଣସି ମତେ ଛଡ଼ାଯିବ ନାହିଁ, ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସରକାର ସଂକଳ୍ପବଦ୍ଧ।
କଥା ହେଲା ମାମଲା ସାମ୍ନାକୁ ଆସିବା ପରେ ସଙ୍ଗେ ସଙ୍ଗେ ଆକ୍ସନ ମୋଡ୍କୁ ଆସିଥିଲେ ରାଜ୍ୟ ସରକାର । ଖାଲି ଆକ୍ସନ ମୋଡକୁ ଆସିଥିଲେ ତାହା ନୁହେଁ ବରଂ କେମିତି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ପଦକ୍ଷେପ ନେଇଥିଲେ । ହେଲେ ଏହାକୁ ପ୍ରସଙ୍ଗ କରି ସରକାରକୁ ଘେରିବାରୁ ବିରୋଧୀ ଯେଉଁ ଚେଷ୍ଟା କରିଛନ୍ତି ତାହାକୁ କାଉଣ୍ଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ. ଭି ସିଂଦେଓ ଓ ରାଜସ୍ଵମନ୍ତ୍ରୀ । କେ. ଭି କହିଛନ୍ତି ମୁଖ୍ୟମନ୍ତ୍ରୀ ଥିବାବେଳେ କେତେ ଦୋଷୀ ପୋଲିସ, ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଆକ୍ସନ୍ ନେଇଥିଲେ ନବୀନ ? ସୁରେଶ ପୂଜାରୀ କହିଛନ୍ତି, ନବୀନଙ୍କ ଶାସନରେ ହୋଇଥିବା ୨୪ଟି ବିଚାର ବିଚାର ବିଭାଗୀୟ ତଦନ୍ତର ରିପୋର୍ଟ ଗଲା କୁଆଡ଼େ ? କାହିଁକି ଗୋଟିଏ ବି ରିପୋର୍ଟ ସାର୍ବଜନୀନ କରିନଥିଲେ ନବୀନଙ୍କ ସରକାର ? ସେହିପରି ଗତ ମାର୍ଚ୍ଚରେ ଭରତପୁର ମଡେଲ୍ ଥାନାର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ କାହିଁକି ଆଦର୍ଶ ଥାନାରେ ନାହିଁ ସିସିଟିଭି କ୍ୟାମେରା ତାହା ବଡ଼ ପ୍ରଶ୍ନ।
📱 Get Argus News App
✨ସେପଟେ ଭରତପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା । ତେବେ ରାଜ୍ୟ ମହିଳା କମିଶନ ହଠାତ୍ ସକ୍ରିୟ ହୋଇଉଠିବା ନେଇ ଉଠିଛି ପ୍ରଶ୍ନ। ବିଜେଡିର ୨୪ ବର୍ଷର ଶାସନରେ ବାରମ୍ବାର ଭୂଲୁଣ୍ଠିତ ହୋଇଥିଲା ମହିଳା ସମ୍ମାନ। ମମିତା, ବେବିନା, ଲକ୍ଷ୍ମୀ ଆଦି ମାମଲାରେ ନା ମହିଳା କମିଶନ କେବେ ଯାଞ୍ଚ କରିଥିଲେ ନା ମାଗିଥିଲେ ରିପୋର୍ଟ ? ଏ ସବୁ ମାମଲାରେ ନେଇ ସାରା ରାଜ୍ୟରେ ହଇଚଇ ହୋଇଥିବାବେଳେ କାହିଁକି ଥରେ ବି ମୁହଁ ଥୋଲିନଥିଲେ ନବୀନ ପଟ୍ଟନାୟକ ?
ମୋଟ୍ ଉପରେ, ଆଇଆଇସି ଦିନକୃଷ୍ଣ ମିଶ୍ର ବିବାଦୀୟ ହେବା ପରେ ବି ତାଙ୍କୁ ଆଦର୍ଶ ଥାନାକୁ ବଦଳି ପୁରସ୍କାର ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ହେଲେ ଏବେ ପୁଣି ଥରେ ବିବାଦ ହେବା ପରେ ସରକାରକୁ ଘେରିବାକୁ ଯେଉଁ ହୀନ ଉଦ୍ୟମ କରୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ।