ମୋଦି କାଲି କହିଥିଲେ, ଆଜି ନବୀନ ଗଲେ କଂଟାବାଞ୍ଜି

Key Points
- ଭାଷଣ ଛଳରେ ନବୀନଙ୍କ ଧୂଲାଇ କଲେ ମୋଦି
- ଆଜି ମୋଦିଙ୍କୁ ଡରି କଂଟାବାଞ୍ଜି ଗଲେ ନବୀନ
- ବିନା କାଗଜରେ ୧୦ ଗାଁର ନାଁ
ଅର୍ଗସ ବ୍ୟୁରୋ: ମୋଦିଙ୍କୁ ଡରି ଆଜି କଂଟାବାଞ୍ଜି ଯାଉଛନ୍ତି ନବୀନ । ହେଲେ ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜ ଆକ୍ସେପ୍ଟ କରିବାର ଦମ୍ଭ ରଖିଛନ୍ତି ତ ମୁଖ୍ୟମନ୍ତ୍ରୀ ? କିଛି ଏ ମିତି ଚର୍ଚ୍ଚା ଏବେ ଜୋର । କାରଣ ଗତକାଲି ମୋଦି କହିଥିଲେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଯିଏ କି ବିନା କାଗଜରେ ସଠିକ୍ରେ ନିଜ ଜିଲ୍ଲା କି ସଦରମହକୁମାର ନାଁ କହିପାରିବେନି । ଆଉ ଗତକାଲି ରାତିରେ ନବୀନ କହିଥିଲେ, ମୁଁ କ'ଣ ଜାଣିଛି ନଜାଣିଛି ତାହା ଓଡ଼ିଶାବାସୀ ଭଲରେ ଜାଣିଛନ୍ତି । ହେଲେ ଆଜି କଂଟାବାଞ୍ଜି ଗସ୍ତରେ ନବୀନ ବାବୁ ବିନା କାଗଜରେ ପଢୁଛନ୍ତି କି ପାଣ୍ଡିଆନଙ୍କ ଗାଇଡ୍ରେ ପଢୁଛନ୍ତି ତାହା ସମୟ କହିବ ।
ଆଜି କଣ୍ଟାବାଞ୍ଜି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜକୁ ଆକସେପ୍ଟ କରିବେ କି ? ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡ଼ିଶା ସଫଳ ହେବ କି ? ନହେଲେ ପ୍ରମାଣିତ ହେବ ନବୀନ ଲୋକଙ୍କଠୁ ହୋଇସାରିଛନ୍ତି ଡିସକନେକ୍ଟ । କିନ୍ତୁ ଏବେ ପ୍ରଶ୍ନ, କାଗଜ ନଦେଖି କହିପାରିବେ କି କଣ୍ଟାବାଞ୍ଜିର ୧୦ ଗାଁର ନାଁ ? ଜବାବ ଦେବେ କି କାହିଁକି ଦାଦନ ପାଇଁ ଯିବାକୁ ବାଧ୍ୟ ପରିଶ୍ରମୀ ଓଡ଼ିଆ ? ଗତକାଲି ବଲାଙ୍ଗିର ସମାବେଶରେ ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ବି ତୃଣମୂଳ ସ୍ତରର ଲୋକଙ୍କଠୁ କଟିଯାଇଛନ୍ତି ନବୀନ ।
ମୋଟ୍ ଉପରେ, ଭାଷଣ ଛଳରେ ଧୂଆଁଧାର ଧୁଲେଇ କରିଛନ୍ତି ମୋଦି । ଫୁଲବାଣୀରେ ନବୀନଙ୍କ ନାଁ ନେଇ ନିଶାନା କରିଥିଲେ । ବଲାଙ୍ଗିରରେ ବିଜେଡି ସରକାରକୁ ହଟାଇବାର କାଉଣ୍ଟଡାଉନ୍ ଦେଲେ । ଆଉ ବରଗଡ଼ ସଭାରେ ପାଣ୍ଡିଆନଙ୍କ ନାଁ ନନେଇ ଧୂମ୍ ଧୋଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାଜ୍ୟର ତିନି ତିନିଟି ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ସିଧା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି ଆଟାକ୍ । ବରଗଡ଼ ସଭାରେ ମୋଦି ପଚାରିଥିଲେ- ବିଜେଡି ସରକାର ଚଳାଉଛି କିଏ ? ସିଏମ୍ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ଭୋଟରଙ୍କୁ ପ୍ରଶ୍ନ କରିଥିଲେ ମୋଦି ? ତେଣୁ ଆଜି ନବୀନ କଂଟାବାଞ୍ଜି ଯାଉଥିବାରୁ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ।