Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅଯୋଧ୍ୟାରେ ତିଆରି ହେବ ଓଡ଼ିଶା ଅତିଥି ଭବନ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅଯୋଧ୍ୟାରେ ତିଆରି ହେବ ଓଡ଼ିଶା ଅତିଥି ଭବନ

ଭୁବନେଶ୍ଵର: ଅଯୋଧ୍ୟାରେ ତିଆରି ହେବ ଓଡ଼ିଶା ଅତିଥି ଭବନ । ଅଯୋଧ୍ୟା ଗସ୍ତ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଛନ୍ତି, ଓଡ଼ିଶାରୁ ଶହ ଶହ ସଂଖ୍ୟାରେ ଲୋକେ ଅଯୋଧ୍ୟା ଆସୁଛନ୍ତି । ସେମାନଙ୍କ ପାଇଁ ଅଯୋଧ୍ୟାରେ ଓଡ଼ିଶା ଅତିଥି ଭବନ ନିର୍ମାଣ କରାଯିବ । 


ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୟୁପି ସରକାର ଜମି ଯୋଗାଇ ଦେଲେ ଓଡ଼ିଶା ଅତିଥି ଭବନ ତିଆରି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଯୋଧ୍ୟା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ସେଠାରେ କାମ କରୁଥିବା ଓଡ଼ିଆ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରୟାଗରାଜରେ ଅମୃତସ୍ନାନ କରିବା ପରେ ମୁଖ୍ୟମନ୍ତ୍ରୀ ପରିବାର ସହ ଅଯୋଧ୍ୟା ଯାଇଥିଲେ । ଭବ୍ୟ ରାମ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ । ଓଡ଼ିଶା ସହ ଦେଶର ଉନ୍ନତି ପାଇଁ ରାମଲାଲାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


ଏବେ ଦେଶର ୪ଟି ସ୍ଥାନରେ ଓଡ଼ିଶା ଭବନ ରହିଛି । ଦିଲ୍ଲୀରେ ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ଓଡ଼ିଶା ସଦନ ରହିଥିବା ବେଳେ ମୁମ୍ବାଇ ଓ ଚେନ୍ନାଇରେ ଓଡ଼ିଶା ଭବନ ଏବଂ କୋଲକାତାରେ ଉତ୍କଳ ଭବନ ରହିଛି ।

Sponsored
Mohan Announced To Build Odisha Bhawan In Ayodhya news | Argus News