Nana Demise / ନାନାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ସମ୍ବଲପୁର ସାଂସଦ

Key Points
ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ମହାପ୍ରଭୁ ଦିବଂଗତ ଆତ୍ମାକୁ ଅନନ୍ତ ଶାନ୍ତି ପ୍ରଦାନ କରନ୍ତୁ
ସୋସିଆଲ ମିଡ଼ିଆ xରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ସାଂସଦ
The demise of veteran actor Nana Patekar Ji is a great loss to Indian cinema. Through his exceptional talent, powerful performances and enduring contribution to the arts, he left an indelible mark on generations of audiences. May Mahaprabhu Shri Jagannath grant eternal peace to the departed soul and provide strength and solace to his family, friends and countless admirers in this hour of grief. Om Shanti. 🙏
— Mohan Charan Majhi (@MohanMOdisha) October 8, 2026
ସେପଟେ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନାନା ପାଟେକରଙ୍କ ବିୟୋଗରେ ସୋସିଆଲ ମିଡ଼ିଆ xରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି। ନାନାଙ୍କ ଉଲ୍ଲେଖନୀୟ କାର୍ଯ୍ୟଧାରା, ଦମଦାର୍ ଅଭିନୟ ପ୍ରଶଂସନୀୟ। ଚମତ୍କାର ସଂଳାପ କହିବାର ଶୈଳୀ ଦର୍ଶକଙ୍କୁ ଆମୋଦିତ କରେ। ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ପିଢ଼ି ପିଢ଼ି ଧରି ମନେରହିବ। ପରିବାର, ବନ୍ଧୁବର୍ଗ ଓ ପ୍ରଶଂସକଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
Deeply saddened by the passing of legendary actor Nana Patekar Ji. His remarkable body of work, powerful performances, iconic dialogue delivery and distinctive screen presence has left an enduring imprint on Indian cinema. His contribution to the world of films will be remembered for generations. My heartfelt condolences to his family, friends, supporters and admirers. May his soul rest in peace.
— Dharmendra Pradhan (@dpradhanbjp) October 8, 2026
ନାନା ପାଟେକରଙ୍କ ଜନ୍ମ ୧ ଜାନୁଆରୀ ୧୯୫୧ ମସିହାରେ ମହାରାଷ୍ଟ୍ରର ମୁରଦ ଜିଲ୍ଲାରେ ହୋଇଥିଲା। ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ନାନା ପାଟେକର। ୧୯୭୮ ମସିହାରେ 'ଗମନ' ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପାଦ ଦେଇଥିଲେ। ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି। 'ଅଙ୍କୁଶ', 'ପ୍ରତିଘାତ', 'ପରିନ୍ଦା' ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। କ୍ରାନ୍ତୀବୀର' ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଏବଂ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 'ଅଗ୍ନିସାକ୍ଷୀ', 'ୱଜୁଦ', 'ଅପହରଣ', 'ରାଜନୀତି' ଏବଂ 'ୱେଲକମ୍' ଫିଲ୍ମରେ ଜୀବନ୍ତ ଅଭିନୟ କରିଥିଲେ ନାନା। ତାଙ୍କର ନିଆରା କଥିତ ଭଙ୍ଗୀ, ଗମ୍ଭୀର ଏବଂ ତୀକ୍ଷ୍ଣ ଅଭିନୟ ଶୈଳୀ ପାଇଁ ସେ ବେଶ ପରିଚିତ।
ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ନାନା ପାଟେକର। ଚଳଚ୍ଚିତ୍ର ଅଭିନୟ ବ୍ୟତୀତ ନାନା ପାଟେକର ଜଣେ ସମାଜସେବୀ ଭାବରେ ବେଶ୍ ପରିଚିତ ଥିଲେ। ମହାରାଷ୍ଟ୍ରର ମରୁଡ଼ିପୀଡ଼ିତ କୃଷକମାନଙ୍କୁ ଆର୍ଥିକ ଓ ମାନସିକ ସହାୟତା ପ୍ରଦାନ କରୁଥିଲେ। 'ନାମ୍ ଫାଉଣ୍ଡେସନ୍' ପ୍ରତିଷ୍ଠା କରିଥିଲେ ନାନା ପାଟେକର। ତିନିଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଚାରିଟି ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ଭାରତ ସରକାରଙ୍କ ଦ୍ୱାରା 'ପଦ୍ମଶ୍ରୀ' ସମ୍ମାନରେ ମଧ୍ୟ ଭୂଷିତ ହୋଇଛନ୍ତି ନାନା।
📱 Get Argus News App
✨Related Topics
Explore more stories