Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଣ୍ଡେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

Odisha

ମଣ୍ଡେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago
ମଣ୍ଡେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ମଣ୍ଡେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।  ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ କାର୍ଯ୍ୟକ୍ରମର ତୃତୀୟ ଦିବସରେ ଅତିଥି ଭାବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ବରଗଡ଼ ସୋହେଲାରେ ଚାଷୀଙ୍କ ବୋନସ କାର୍ଯ୍ୟକ୍ରମ ସାରି ଅପରାହ୍ନ 3ଟା 30ମିନିଟରେ ନବରଙ୍ଗପୁର ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।  

ଅପରାହ୍ନ 4ଟାରୁ ରାତି 10ଟା ସମୟ ଯାଏଁ ମଣ୍ଡେଇ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବେ । ପୋଲିସ ତରଫରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୀର୍ଘ 22 ବର୍ଷ ମଧ୍ୟରେ କୌଣସି ମୁଖ୍ୟମନ୍ତ୍ରୀ ମଣ୍ଡେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେବା ଯୋଗୁଁ ନବରଙ୍ଗପୁର ଜିଲ୍ଲାବାସୀ ବେଶ୍ ଉତ୍ସାହିତ ଅଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM to attend cultural program on Mandei-at-nabrangpur | Argus News