Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲାଇସେନ୍ସ ପଡ଼ିଲା ମହଙ୍ଗା: ପାଣି କମ୍ପାନୀକୁ ସିଲ୍ କଲା CMC ଓ ସ୍ଵାସ୍ଥ୍ୟ ବିଭାଗ

Rashmita Mishra
Browse all articles by Rashmita Mishra
·1 year ago·1 min read
ଲାଇସେନ୍ସ ପଡ଼ିଲା ମହଙ୍ଗା: ପାଣି କମ୍ପାନୀକୁ ସିଲ୍ କଲା CMC ଓ ସ୍ଵାସ୍ଥ୍ୟ ବିଭାଗ

Key Points

ସରକାରଙ୍କ ହଇଜା ଚିନ୍ତା
ପାଣି କମ୍ପାନି ଉପର ଚଢାଉ କଲା CMC ଓ ସ୍ଵାସ୍ଥ୍ୟ ବିଭାଗ
ଲାଇସେନ୍ସ ନଥାଇ ପାଣି କମ୍ପାନୀ କରିବା ପଡ଼ିଲା ମହଙ୍ଗା
ବିଶୁଦ୍ଧ ନକରି ମାର୍କେଟ୍‌କୁ ଛଡ଼ାଯାଉଥିଲା ଲିଟର ଲିଟର ପାଣି
ପାଣିର ମାନ ନେଇ ଅସନ୍ତୁଷ୍ଟ ବିଭାଗୀୟ ଅଧିକାରୀ

ଟ୍ବିନ ସିଟିରେ ହଇଜା ଚିନ୍ତା । ଦିନକୁ ଦିନ ହଇଜା ଓ ଜଣ୍ଡିସ ବ୍ୟାପିବାରେ ଲାଗିଥିବାବେଳେ ସଜାଗ ହୋଇ ଉଠିଛି ସ୍ବାସ୍ଥ୍ୟ ବିଭାଗ । ଆଜି ବିଭାଗ ପକ୍ଷରୁ କଟକ ମହାନଗର ନିଗମ ସହାୟତାରେ ବାଦାମବାଡି ଶଙ୍କରପୁର ଅଂଚଳର ଦାସ ସାହି ଓ ଉପର ସାହିର ଦୁଇ କମ୍ପାନୀ ଉପରେ ଚଢାଉ କରାଯାଇଛି । ଚଢାଉ ବେଳେ ଅପରିଷ୍କାର ପରିବେଶ ଓ ପାଣିର ମାନ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ବିଭାଗୀୟ ଅଧିକାରୀ ।

କେବଳ ଗୋଟିଏ ଗୋଟିଏ ବଖରାରେ ଅପରିଷ୍କାର ଟ୍ୟାପ୍ ରୁ ପାଣି ଆଣି ଥଣ୍ଡା କରି ଜାରରେ ଭର୍ତ୍ତି କରିବା ପରେ ବିଶୁଦ୍ଧ ପାଣିର ରୂପ ଦେଇ ବିକ୍ରି କରୁଥିଲେ ଏହି ଦୁଇ କମ୍ପାନୀ । ନା ସେମାନଙ୍କ ପାଖରେ ଅଛି ଲାଇସେନ୍ସ ନା ବିଶୁଦ୍ଧ ପାଣି ପାଇଁ ଲାଗିଛି ଆରଓ ଫିଲଟର ।

ଏସବୁ ପାଣି ଦୋକାନ, ସୋ ରୁମଠାରୁ ଆରମ୍ଭ କରି ଛୋଟ ବଡ ଭୋଜି, ବିଭିନ୍ନ କାର୍ଯ୍ୟକ୍ରମ, ମେଳା ଓ ସଭାସମିତିକୁ ବହୁଳ ଭାବେ ପଠାଯାଉଥିଲା । ଏଭଳି ଅବସ୍ଥା ଦେଖିବା ପରେ ତୁରନ୍ତ ଦୁଇ କମ୍ପାନୀକୁ ସିଲ କରିଛି ସ୍ବାସ୍ଥ୍ୟ ବିଭାଗ।


ସେପଟେ ଅନ୍ୟ କିଛି କମ୍ପାନୀ ନାଁରେ ଏଭଳି ଅଭିଯୋଗ ଅଛି ଓ ତୁରନ୍ତ ଚଢାଉ କରାଯିବ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ଜଳ ନାଁରେ ଜହର ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cmc-and-health-department-seal-water-company | Argus News