ଷ୍ଟଲ୍ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
·1 year ago·1 min read

କଟକ: କଟକ ବାଲିଯାତ୍ରାରେ ସିଏମ୍ସି ସ୍ବାସ୍ଥ୍ୟ ଟିମ୍ର ଯାଞ୍ଚ । ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ସ୍ବାସ୍ଥ୍ୟ ଟିମ୍ ସଦସ୍ୟ । କେତେକ ଖାଦ୍ୟ ଷ୍ଟଲ୍ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ ହୋଇଥିବା ରହିଛି ସୂଚନା ।
କଟକ ବାଲିଯାତ୍ରା ପଡ଼ିଆରେ କଟକ ମହାନଗର ନିଗମ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ୍ ମାନଙ୍କରେ ଚଢାଉ କରାଯାଇଛି। ବିଶେଷ କରି ବାସୀ ଖାଦ୍ୟ ରାସାୟନିକ ରଙ୍ଗ, ଅସ୍ୱାସ୍ଥ୍ୟକର ପରିବେଶ ଓ ନିମ୍ନ ମାନର ତେଲ କୁ ଯାଞ୍ଚ କରାଯାଇଛି। ଖିଲାପ କରିଥିବା ଦୋକାନ ଗୁଡ଼ିକୁ ଫାଇନ ଆଦାୟ କରିବା ସହ ପୁନର୍ବାର ଏପରି ନକରିବା ପାଇଁ ଚେତାବନୀ ଦିଆଯାଇଛି। ଏହା ସହ କୁଇନାଟଲ କୁଇନାଟଲ ବାସୀ ଖାଦ୍ୟ କୁ ନଷ୍ଟ କରଛି ସି ଏମ ସି । ଏହି ଚଢାଉ ପ୍ରକ୍ରିୟା ବାଲିଯାତ୍ରା ର ପ୍ରତ୍ୟେକ ଦିନ କରାଯିବ ବୋଲି ସୂଚନା ଦେଇଛନ୍ତି ସି ଏମ୍ ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: