Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଵର୍ଜ୍ୟଵସ୍ତୁରୁ ତିଆରି ହେଵ ଵାୟୋ ଗ୍ୟାସ୍‌, ସିଏମସି ସହ ଅଏଲ ଇଣ୍ଡିଆ ଲିମିଟେଡର ଚୁକ୍ତି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଵର୍ଜ୍ୟଵସ୍ତୁରୁ ତିଆରି ହେଵ ଵାୟୋ ଗ୍ୟାସ୍‌, ସିଏମସି ସହ ଅଏଲ ଇଣ୍ଡିଆ ଲିମିଟେଡର ଚୁକ୍ତି

କଟକ: ବର୍ଜ୍ୟବସ୍ତୁ ପରିଚାଳନାରେ ଆରମ୍ଭ ହେବାକୁ ଯାଉଛି ନୂଆ ଅଧ୍ୟାୟ । କଟକ ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଵାୟୋ ଗ୍ୟାସ । ନଗର ଉନ୍ନୟନ ମନ୍ତ୍ରୀଙ୍କ ଉପସ୍ଥିତରେ ଅଏଲ ଇଣ୍ଡିଆ କମ୍ପାନୀ ସହ କଟକ ମହାନଗର ନିଗମର ଚୁକ୍ତିନାମା ସ୍ଵାକ୍ଷର ହୋଇଛି । ଵାୟୋ ଗ୍ୟାସ ପ୍ଲାଣ୍ଟ ଫଳରେ ସହରରେ ଦୂର ହେବ ବର୍ଜ୍ୟବସ୍ତୁ ଡମ୍ପିଂ ସମସ୍ୟା ।


ନଗର ଉନ୍ନୟନ ମନ୍ତ୍ରୀଙ୍କ ଉପସ୍ଥିତରେ ଏନେଇ କଟକ ମହାନଗର ନିଗମ ଓ ଅଏଲ ଇଣ୍ଡିଆ ଲିମିଟେଡ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ଜଗତପୁରରେ ଅଏଲ ଇଣ୍ଡିଆ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ଏହି ବାୟୋ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିଵ । ଦୈନିକ ଏହି ଵାୟୋ ଗ୍ୟାସ ପ୍ଲାଣ୍ଟରେ ୨ ଶହ ଟନ ଆବର୍ଜନା ପ୍ରକ୍ରିୟାକରଣ କରାଯାଇ ସେଥିରୁ ଵାୟୋ ଗ୍ୟାସ ପ୍ରସ୍ତୁତ କରାଯିଵାର ଯୋଜନା ରହିଛି । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଏହି ପ୍ଲାଣ୍ଟ ବାୟୋ ଗ୍ୟାସ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିଵ ବୋଲି କହିଛନ୍ତି ଅଏଲ ଇଣ୍ଡିଆର ଅଧିକାରୀ l


ଏଭଳି କମ୍ପ୍ରେସଡ୍ ଵାୟୋ ଗ୍ୟାସ ପ୍ଲାଣ୍ଟ ଯୋଜନା ଦ୍ଵାରା ସହରରେ ଵର୍ଜ୍ୟଵସ୍ତୁ ସମସ୍ୟା ଦୂର ହୋଇ ପାରିବ । ସହର ଭିତରେ ଵର୍ଜ୍ୟଵସ୍ତୁ ଗଦା କରିଵା ପାଇଁ ବଡ଼ ବଡ ଡମ୍ପିଂ ୟାର୍ଡ ରଖିଵା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ଯୋଗୁଁ ସୃଷ୍ଟି ହେଉଥିବା ଦୁର୍ଗନ୍ଧମୟ ପରିଵେଶରୁ ସହରବାସୀ ମୁକ୍ତି ପାଇବେ । ରାଜ୍ୟର ଅନ୍ୟ ସହର ଗୁଡ଼ିକରେ ମଧ୍ୟ ଅନୁରୂପ ବାୟୋ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଯୋଜନା ‌ହେଵ ଵୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଵାୟୋ ଗ୍ୟାସ ପ୍ଲାଣ୍ଟରୁ ଯେଉଁ ଗ୍ୟାସ ଵାହାରିଵ, ତାକୁ ସାଧାରଣ ଲୋକେ ଜାଳେଣି ଭାବେ ଵ୍ୟଵହାର କରିବେ । ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ଗ୍ୟାସ ପାଇପ ଲାଇନ୍ ଯୋଗେ ଏହା ଘରକୁ ଯୋଗାଇ ଦିଆଯିବ ।

Sponsored
CMC Signs MoU With Oil India For Bio Gas From Waste | Argus News