Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Coastal Development / ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ: ୮ ହଜାର ୩୦୦କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

Ritu Das
Browse all articles by Ritu Das
·7 months ago·2 min read
ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ: ୮ ହଜାର ୩୦୦କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

Key Points

  • ୧୦ ବର୍ଷ ଅପେକ୍ଷାର ହେବ ଅନ୍ତ
  • ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କୋଷ୍ଟାଲ ହାଇୱେ ପ୍ରକଳ୍ପ କାମ 
  • ୮ ହଜାର ୩୦୦ କୋଟି ଟଙ୍କାର ବ୍ୟୟ ବରାଦକୁ ମଞ୍ଜୁର କରିଛି କମିଟି
୧୦ ବର୍ଷ ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କୋଷ୍ଟାଲ ହାଇୱେ ପ୍ରକଳ୍ପ କାମ । କେନ୍ଦ୍ର ଅର୍ଥ ବିଭାଗର ପବ୍ଲିକ - ପ୍ରାଇଭେଟ ପାର୍ଟନରସିପ୍ ଆପ୍ରାଇଜାଲ କମିଟି କୋଷ୍ଟାଲ ହାଇୱେକୁ ଅନୁମୋଦନ ଦେଇଛନ୍ତି । ୮ ହଜାର ୩୦୦ କୋଟି ଟଙ୍କାର ବ୍ୟୟ ବରାଦକୁ ମଞ୍ଜୁର କରିଛି କମିଟି । କେବଳ କେନ୍ଦ୍ର କ୍ୟାବିନେଟର ମୋହରକୁ ଅପେକ୍ଷା ।କ୍ୟାବିନେଟ କମିଟି ଅନ୍ ଇକୋନମିକ ଆଫାୟାର୍ସର ମଞ୍ଜୁରୀ ମିଳିଲେ ଟେଣ୍ଡର ଆହ୍ଵାନ କରିବ ଏନଏଚଏଆଇ । ୩୪୬ କିମିର ସମୁଦାୟ ପ୍ରକଳ୍ପରୁ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ରାମେଶ୍ଵର ଠାରୁ ପାରାଦ୍ଵୀପ ପର୍ଯ୍ୟନ୍ତ ୧୬୦ କିଲୋମିଟର ରାସ୍ତା ହାଇବ୍ରିଡ୍ ଆନ୍ୟୁଇଟି ମଡେଲରେ ହେବ। 

ଏହାସହ ପଢ଼ନ୍ତୁ: ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର

ଯେଉଁଥିରେ ରାମେଶ୍ଵର ଠାରୁ କାକଟପୁର ପର୍ଯ୍ୟନ୍ତ ୪ ଲେନ୍ ଏବଂ କାକଟପୁରରୁ ପାରାଦ୍ଵୀପ ଯାଏଁ ୨ ଲେନ୍ ବିଶିଷ୍ଟ ରାସ୍ତା ହେବ । ପ୍ରକଳ୍ପ ପାଇଁ ୬୦ ରୁ ୭୦ ପ୍ରତିଶତ ଜମି ଅଧିଗ୍ରହଣ କାମ ସରିଗଲାଣି ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ତେବେ କୋଷ୍ଟାଲ ହାଇୱେ ବିଳମ୍ବ ହେବା ପାଇଁ ପୂର୍ବ ସରକାର ଦାୟୀ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଯିବା ଭୟରେ ବିଜେଡି ସରକାର ଷଡଯନ୍ତ୍ର କରି ବାରମ୍ବାର ଆଲାଇନମେଣ୍ଟ ପରିବର୍ତ୍ତନ କରୁଥିଲେ ବୋଲି କହି ଟାର୍ଗେଟ କରିଛନ୍ତି ପୃଥ୍ଵୀରାଜ । ଅନ୍ୟପଟେ ପ୍ରଶାସନିକ ଅପାରଗତାକୁ ଦାୟୀ କରିବା ସହ ମନ ଇଚ୍ଛା ଡିଜାଇନ ପରିବର୍ତ୍ତନ ଯୋଗୁଁ କାମ ଆଗେଇପାରୁନି ବୋଲି ଅଭିଯୋଗ କରିଛି ବିଜେଡି ।

କୋଷ୍ଟାଲ ହାଇୱେରେ ୩୬ଟି ବୃହତ ବ୍ରିଜ ସହ ୮୯ଟି ଛୋଟ ବ୍ରିଜ୍, ୩୭୬ଟି କର୍ଲଭଟ, ୩ଟି ଫ୍ଲାଏଓଭର ଏବଂ ୪୫ଟି ଅଣ୍ଡର ପାସ୍ ନିର୍ମାଣ ହେବ। ରାମେଶ୍ଵରରୁ କାକଟପୁର ପର୍ଯ୍ୟନ୍ତ ୮୦ କିମି ରାସ୍ତା ଦ୍ଵାରା ପର୍ଯ୍ୟଟନ କ୍ଷେତ୍ର ଆହୁରି ବିକଶିତ ହୋଇପାରିବ । ଆଉ କାକଟପୁର ଠାରୁ ପାରାଦ୍ଵୀପ ପର୍ଯ୍ୟନ୍ତ ୨ ଲେନ ରାସ୍ତା ମାଲ ପରିବହନରେ ବିଶେଷ ଭାବେ ସହାୟକ ହୋଇପାରିବ। ତେବେ ଅସ୍ତଗଙ୍ଗ ବନ୍ଦର କାର୍ଯ୍ୟକ୍ଷମ ହେଲା ପରେ ଏହି ୨ ଲେନ ରାସ୍ତାକୁ ୪ ଲେନକୁ ସଂପ୍ରସାରଣ କରାଯିବ। 

ଏହାସହ ପଢ଼ନ୍ତୁ: ଦୁଇ ଗୁଣାରୁ ଅଧିକ ବଢ଼ିବ ଷ୍ଟିଲ ପ୍ଲାଣ୍ଟର କ୍ଷମତା

୧୦ ବର୍ଷ ହେବ କୋଷ୍ଟାଲ ହାଇୱେକୁ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ । ୨୦୧୫ରେ ପିପିଲିରେ ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ସମୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ପାଇଁ ଉପକୂଳ ରାଜପଥ ପ୍ରକଳ୍ପ ଘୋଷଣା କରିଥିଲେ । ଆରମ୍ଭରୁ ହିଁ ବିଭିନ୍ନ ସ୍ଥାନରେ ବିବାଦ ଯୋଗୁ ପ୍ରଥମ ୫ ବର୍ଷ ପ୍ରକଳ୍ପ ଆଗେଇ ପାରିନଥିଲା।୨୦୨୦ ପରେ ପ୍ରକଳ୍ପକୁ ଗତି ମିଳିଥିଲା । ପରବର୍ତ୍ତୀ ସମୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା, ଡିପିଆର୍ ପ୍ରସ୍ତୁତି ଆଗେଇଥିଲା । ୨୦୨୪ ଓ ୨୦୨୫ରେ ଦୁଇ ଥର ଟେଣ୍ଡର ଆହ୍ୱାନ ହୋଇଥିଲା । କିନ୍ତୁ, ବୈଷୟିକ କାରଣ ଓ ଆବଶ୍ୟକ ପ୍ରଶାସନିକ ଅନୁମୋଦନ ମିଳିନଥିବାରୁ ଦୁଇ ଥର ଟେଣ୍ଡରକୁ ରବ୍ଦ କରିଥିଲା ଏନଏଚଏଆଇ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Centre Approves ₹8,300 Crore for Coastal Highway Project | Argus News