Videos
|
Odisha

ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା

Smruti Parija
Browse all articles by Smruti Parija
·2 years ago
ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା

ଭଦ୍ରକ: ପଲଙ୍କ ଉପରେ ଚମ୍ପା ନାଗ । ନାଗ ସାପର ଫଣା ଦେଖି ସମସ୍ତେ ଭୟବୀତ । ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଲ୍ଲୀନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରୁ ଏକ ବିରାଟ ଚମ୍ପା ନାଗ ଉଦ୍ଧାର ହୋଇଛି । 

ରାତିରେ ଖାଇବା ସାରି ପଲଙ୍କ ଉପରେ ଶୋଇଥିଲେ ଏହି ଘରର ଜଣେ ମହିଳା । ହଠାତ୍ କିଛି ସମୟ ପରେ ଶୁଭିଥିଲା ଫଁ ଫଁ ଶବ୍ଦ । ହଠାତ୍ ସେ ଉଠି ଦେଖିଲେ ଯେ ଏକ ହାତ ଉଚ୍ଚର ପଲଙ୍କ ନାଗ ସାପ ଫଣା ଟେକି ଠିଆ ହୋଇଛି । ପରିବାର ଲୋକେ ଓ ଗ୍ରାମବାସୀ ଏହି ବିରାଟ ଚମ୍ପା ନାଗକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। 

ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଫୋନ କରାଯାଇଥିଲା । ସଙ୍ଗ ସଙ୍ଗେ ସାପ ଧରାଳି ମିର୍ଜା ଆରିଫ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

cobra-rescued-from-bed-room-in-bhadrak-dhamnagar | Argus News