ColdStorage Blast / ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍, ଆଇଗିଣିଆରେ ବ୍ୟାପିଲା ଆମୋନିଆ ଗ୍ୟାସ୍
·4 months ago·1 min read

Key Points
ଫାଟିଲା କୋଲ୍ଡ ଷ୍ଟୋରେଜ ପାଇପ୍। ଭାଲବରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍। ଚାରିଆଡ଼େ ବ୍ୟାପିଲା ଅମୋନିଆ ଗ୍ୟାସ୍ ।
ଭୁବନେଶ୍ବର ଆଇଗିଣିଆରେ ପୁଣି ଅଘଟଣ। ଗତକାଲି ଆଇଗିଣିଆରେ ବଡ଼ ହୋର୍ଡିଂ ପଡ଼ି ୨ ଜଣଙ୍କ ଜୀବନ ଯାଇଥିବାବେଳେ ଆଜି ପୁଣି ବଡ଼ ଅଘଟଣ। ଫାଟିଲା କୋଲ୍ଡ ଷ୍ଟୋରେଜ ପାଇପ୍। ଭାଲବରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍। ଚାରିଆଡ଼େ ବ୍ୟାପିଲା ଅମୋନିଆ ଗ୍ୟାସ୍ । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀର ଅପରେସନ। ଦୋକାନ ଦୋକାନ ବୁଲି ଲୋକଙ୍କୁ କଲେ ସଚେତନ। ୱାଟର ଜେଟ୍ ସ୍ପ୍ରେ ସହ ରୋବୋଟିକ ମନିଟର୍ ଦ୍ଵାରା ହେଲା ଅପରେସନ। ପାଖାପାଖି ୪ଘଣ୍ଟା ପରେ ଆମୋନିଆ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା ଅଗ୍ନିଶମ ବାହିନୀ।
କୋଲ୍ଡ ଷ୍ଟୋରେଜ ଭିତରେ ପଶି ଲିକ୍ ହେଉଥିବା ଭାଲବକୁ ବନ୍ଦ କଲା ଅଗ୍ନିଶମ ବାହିନୀ। ତମାଣ୍ଡୋ, ଭୁବନେଶ୍ବର, ସେକ୍ରେଟାରୀ ଫାୟାର ଷ୍ଟେସନ ଏବଂ ଷ୍ଟ୍ରାଇକିଂ ଫୋର୍ସ ସହ ୫ଟି ଦମକଳ ହୋଇଥିଲେ ନିୟୋଜିତ। ଆମୋନିଆ ଗ୍ୟାସ୍ ପ୍ରତିରୋଧ ପାଇଁ ବିଶେଷ ଭାବରେ ବି.ଏ. ସେଟ୍ ଥିବା ବି.ଏ. ଭ୍ୟାନ ମଗା ଯାଇଥିଲା। ଏଥିରେ ୩୫ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ଡି.ଏଫ୍.ଓ., ଏ.ଏଫ୍.ଓ. ଓ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର୍ ଅପରେସନରେ ସାମିଲ ଥିଲେ। ପାଇପରୁ ଆମୋନିଆ ଗ୍ୟାସ୍ କାହିଁକି ଓ କିପରି ଲିକ୍ ହେଲା ସେ ନେଇ ତଦନ୍ତ କରିବ ଅଗ୍ନିଶମ ବିଭାଗ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories