Videos
|
Odisha

Weather Update / ରାଜ୍ୟରେ ଆହୁରି ବଢିବ ଶୀତ, ୩ରୁ ୪ ଡିଗ୍ରୀ ଖସିବ ପାରଦ

Ritu Das
Browse all articles by Ritu Das
·8 months ago·2 min read
ରାଜ୍ୟରେ ଆହୁରି ବଢିବ ଶୀତ, ୩ରୁ ୪ ଡିଗ୍ରୀ ଖସିବ ପାରଦ

Key Points

ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଖସିବ ରାତି ପାରଦ। ଶୁକ୍ରବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ୧୫.୮ରୁ ୧୧.୭ ଡିଗ୍ରୀକୁ ଖସିଛି। 
ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଖସିବ ରାତି ପାରଦ। ଶୁକ୍ରବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ୧୫.୮ରୁ ୧୧.୭ ଡିଗ୍ରୀକୁ ଖସିଛି । ରାଉରକେଲାରେ ୧୬.୧ରୁ ୧୩.୨ ଓ ଭଦ୍ରକରେ ୧୫.୫ରୁ ୧୪ ଡିଗ୍ରୀକୁ ଖସିଛି । ସୋମବାର ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀକୁ ଖସିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। 

ଏହାସହ ପଢ଼ନ୍ତୁ: ଦାରିଙ୍ଗବାଡିରେ ଖସୁଛି ପାରଦ... ଅସ୍ତ୍ୟବସ୍ତ ଜନଜୀବନ

ରାଜ୍ୟର ୯ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ଫୁଲବାଣୀରେ ୧୨, ରାଉରକେଲାରେ ୧୩.୨, ଭଦ୍ରକରେ ୧୪, ଅନୁଗୁଳ ଓ କୋରାପୁଟରେ ୧୪.୬, ଭବାନୀପାଟଣାରେ ୧୫, ବଲାଙ୍ଗୀରରେ ୧୫.୭ ଡିଗ୍ରୀ ରେକର୍ଡ ହୋଇଛି ।

ଖାଲି ଏହି ୯ଟି ସହର ନୁହେଁ, ଆହୁରି ଅନେକ ସହରର ତାପମାତ୍ରା ଖସିଛି। ରାଜଧାନୀ ଭୁବନେଶ୍ୱରର ରାତି ତାପମାତ୍ରା ୧୭.୪ ଡିଗ୍ରୀ ରହିଥିଲା । ଏହା ସହର ପାଇଁ ଚଳିତବର୍ଷର ସବୁଠୁ କମ୍‌ ତାପମାତ୍ରା । ଭବାନୀପାଟଣାରେ ୧୫, ବଲାଙ୍ଗୀରରେ ୧୫.୭, ସୋନପୁରରେ ୧୬.୫, ଟିଟିଲାଗଡ଼ ଓ ସମ୍ବଲପୁରରେ ୧୭, ହୀରାକୁଦରେ ୧୭.୨ ନବରଙ୍ଗପୁରରେ ୧୮.୫ ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ରାତି ତାପମାତ୍ରା ଆହୁରି ଖସିବ। ଏବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୫ ଡିଗ୍ରୀରୁ ତଳକୁ ଖସିଛି ।

ରବିବାର ରାତିରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଏବେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଆସୁଛି । ଏହା ପ୍ରଭାବରେ ରବିବାର ରାତିରୁ ରାଜ୍ୟର କିଛି ଅଞ୍ଚଳରେ ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହୋଇପାରେ। ଆସନ୍ତା ୨ରୁ ୩ ଦିନରେ ପାରଦ ଆହୁରି ୩ରୁ ୪ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଏହାସହ ପଢ଼ନ୍ତୁ: ଖସିଲା ରାତିର ତାପମାତ୍ରା ବଢ଼ିଲା ଶୀତ

ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି। ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ଏକ ସପ୍ତାହ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ସୋମବାର ରାତିର ତାପମାତ୍ରା ଅନେକ ସ୍ଥାନରେ ୨ ଡିଗ୍ରୀ ଖସିଛି । ଦାରିଙ୍ଗିବାଡ଼ି, ଫୁଲବାଣୀ, କୋରାପୁଟ, ଭଦ୍ରକ,ଝାରସୁଗୁଡ଼ା, ଅନୁଗୁଳ ଆଦି ୬ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗିବାଡ଼ିରେ ରବିବାର ୧୯ ଡିଗ୍ରୀ ଥିବାବେଳେ ରବିବାର ଏହା ୧୮ ଡିଗ୍ରୀକୁ ଖସିଥିଲା । କୋରାପୁଟରେ ଶନିବାରର ତାପମାତ୍ରା ୧୫.୮ ଡିଗ୍ରୀ ଥିବାବେଳେ ଏହା ବଢ଼ି ୧୬ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀରେ ୦.୫ ଡିଗ୍ରୀ ବଢ଼ି ରବିବାର ରାତିରେ ୧୮.୫ ଡିଗ୍ରୀ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: