କଲେଜ୍ ଇଲେକ୍ସନକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ

Key Points
ଦୀର୍ଘ ୭ ବର୍ଷ ହେଲା ବନ୍ଦ ଥିଲା
ପୁଣି ଥରେ କରିବାକୁ ନୂଆ ସରକାର ଦେଇଥିଲେ ପ୍ରତିଶୃତି
ଦୀର୍ଘ ୭ ବର୍ଷ ହେଲା ଲାଗି ରହିଥିବା ପ୍ରତିକ୍ଷାର ହେବ ଅନ୍ତ। କଲେଜ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା। ଦଶହରା ପୂର୍ବରୁ ହେବ ଛାତ୍ର ସଂସଦ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଜେଡି ସରକାର ସମୟରେ ବନ୍ଦ ହୋଇଥିବା ଛାତ୍ର ସଂସଦ ନିର୍ବାଚନକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ପୂର୍ବ ସରକାର ସମୟରୁ କଲେଜ ନିର୍ବାଚନ ବନ୍ଦ ରହିଥିଲା । କଲେଜରେ ବିଶୃଙ୍ଖଳା, ପରେ କରୋନା ଏସବୁ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା ।
ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ପୂର୍ବରୁ ମଧ୍ୟ ରାଜ୍ୟ ସରକାର ସ୍ପଷ୍ଟ କରିଥିଲେ। ଗତ ବର୍ଷ ରାଜ୍ୟରେ ବିଜେପି ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ କରିବାକୁ ଦାବି ହୋଇଥିଲା। ମାତ୍ର ଯଥେଷ୍ଟ ସମୟ ନଥିବାରୁ ଗତବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିନଥିଲା। ୨୦୨୫ ରେ ନିର୍ବାଚନ ହେବ ବୋଲି ସେତେବେଳେ ଆଇନନ୍ତ୍ରୀ ସ୍ପଷ୍ଟ କରିଥିଲେ। ୭ ବର୍ଷ ହେଲାଣି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ଏଥିପାଇଁ କୋର୍ଟରେ ଜନସ୍ବାର୍ଥ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା।
📱 Get Argus News App
✨କ୍ୟାମ୍ପସ ନିର୍ବାଚନ କରିବାକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରୁନଥିଲେ ତତ୍କାଳୀନ ବିଜେଡି ସରକାର। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଛାତ୍ରସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ଯୋଡ଼ିବା ସହ ନିର୍ବାଚନ କରନ୍ତୁ ବୋଲି ଦାବି ହୋଇ ଆସୁଥିଲା। ଶେଷ ଥର ପାଇଁ ୨୦୧୮ରେ କଲେନ ନିର୍ବାଚନ ହୋଇଥିଲା । ଦୀର୍ଘ ୭ବର୍ଷ ପରେ ପୁଣି ଥରେ କଲେଜ ନିର୍ବାଚନ ହେବ ବୋଲି ସ୍ପଷ୍ଟ ହୋଇଛି ।