Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାଲୁ ଆକ୍ରମଣରେ କଲେଜ ଛାତ୍ରୀ ଗୁରୁତର

Odisha

ଭାଲୁ ଆକ୍ରମଣରେ କଲେଜ ଛାତ୍ରୀ ଗୁରୁତର

Smruti Parija
Browse all articles by Smruti Parija
·1 year ago
ଭାଲୁ ଆକ୍ରମଣରେ କଲେଜ ଛାତ୍ରୀ ଗୁରୁତର

ସମ୍ବଲପୁର: ରେଢ଼ାଖୋଲ ଥାନା ବିରଚନ୍ଦ୍ରପୁର ଗ୍ରାମରେ ଅଭାବନୀୟ ଘଟଣା । ଆଜି ସକାଳେ ଭାଲୁ ଆକ୍ରମଣରେ ଜଣେ +3 କଲେଜ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । କଲେଜ ଛାତ୍ରୀ ସୁନିତା ମୁଣ୍ଡା ସକାଳେ ଶୌଚ ହେବା ପାଇଁ ଘର ପଛ ପଡିଆକୁ ଯାଇଥିବା ବେଳେ ଅତର୍କିତ ଭାବେ ଭାଲୁ ଆକ୍ରମଣ କରିଥିଲା । ସୁନିତା ମୁଣ୍ଡାଙ୍କ ଚିତ୍କାର ଶୁଣି ପାଖରେ ଥିବା ପରିବାର ଲୋକେ ଦୌଡିଥିଲେ ।

ପରିବାର ଲୋକଙ୍କୁ ଦେଖି ଘଟଣା ସ୍ଥଳରୁ ଭାଲୁ ପଳାଇଥିବାବେଳେ ଝିଅକୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକେ । ସୁନିତା ମୁଣ୍ଡାଙ୍କ ବାମ ଆଖିରେ ଆଘାତ ଲାଗିବା ସହ ତାଙ୍କ ନାକଟି ଛିଣ୍ଡି ଯାଇଥିବା ଜଣାପଡିଛି । ଅତି ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ବନବିଭାଗ ପହଂଚି ଘଟଣାର ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
college-student-injured-in-bear-attack-at-sambalpur-rerakhol | Argus News