Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CHSE Odisha / ଯୁକ୍ତ ଦୁଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

Rashmita Mishra
Browse all articles by Rashmita Mishra
·9 months ago·1 min read
ଯୁକ୍ତ ଦୁଇ ପରୀକ୍ଷା  ପାଇଁ ଘୋଷଣା ହେଲା ତାରିଖ

Key Points

ଯୁକ୍ତ ଦୁଇ ପଢୁଥିବା ଛାଛାତ୍ରୀମାନଙ୍କ ଘୋଷଣା ହେଲା ପରୀକ୍ଷା ।

ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ।

ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ ।

ଯୁକ୍ତ ଦୁଇ ପଢୁଥିବା ଛାଛାତ୍ରୀମାନଙ୍କ ଘୋଷଣା ହେଲା ପରୀକ୍ଷା ତାରିଖ। ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ। ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । 


ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଭିତରେ ହେବ। ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରି ୧୦ରୁ ୧୫ ତାରିଖ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ।


ଏଣେ ଜାନୁଆରି ୨ରୁ ୧୫ ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା। ଏକ୍ସ ରେଗୁଲାର ଫର୍ମ ଫିଲ ଅପ ଅକ୍ଟୋବର ୧୩ରୁ ନଭେମ୍ବର ୨୨ ତାରିଖ ଯାଏଁ ଚାଲିବ। ସେହିପରି ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୨୨ ତାରିଖ ଯାଏ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା। ଏଥର ନୂଆ୮୯ଟି ପରୀକ୍ଷା ସେଣ୍ଟର ଅପଗ୍ରେଡ ସ୍କୁଲରେ ହେବ। ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CHSE Odisha | Combined Plus Two Exam Dates Announced | Argus News | Argus News