Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୋଲିରେ ଡବଲ୍‌ ମର୍ଡର: ୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ହୋଲିରେ ଡବଲ୍‌ ମର୍ଡର: ୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ

ଭୁବନେଶ୍ଵର: ରାଜଧାନୀ ରଙ୍ଗ ଖେଳୁଥିବା ବେଳେ ଅଭିଯୁକ୍ତ ଖେଳିଥିଲେ ରକ୍ତର ହୋଲି । ଦିନ ଦ୍ଵି ପ୍ରହରରେ ରାଜଧାନୀ ଭୁବନେଶ୍ଵରରେ ଦୁଇ ଦୁଇଟି ହତ୍ୟାକାଣ୍ଡକୁ ନେଇ ଖେଳି ଯାଇଥିଲା ଚାଞ୍ଚଲ୍ୟ । ଆଉ ଡବଲ୍ ମର୍ଡରର ୨୪ ଘଣ୍ଟା ଭିତରେ କମିଶନରେଟ୍ ପୋଲିସ ୬ ଅଭିଯୁକ୍ତଙ୍କ ହାତରେ ହାତ କଡ଼ି ପକାଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର୍ ରହିଛି ।


ସହିଦନଗର ଥାନା ଶାନ୍ତିପଲ୍ଲୀ ଓ ମଞ୍ଚେଶ୍ଵର ଥାନା ସମେଇଗାଡ଼ିଆ ହତ୍ୟାକାଣ୍ଡ ମାମଲାରେ ଗିରଫଦାରୀ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା । ଶାନ୍ତିପଲୀ ବସ୍ତିରେ ଗୋପୀ ଗୁନିକୁ ହତ୍ୟା ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବାନା ଗୁନି ସହ ଜଣେ ନାବାଳକ ଗିରଫ କରିଛି ସହିଦନଗର ଥାନା ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତ ପିଙ୍କୁ ଗୁନି ଫେରାର୍ ଅଛି । ଗିରଫ ଗୁନି ନାଁରେ କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । କାଲି ହୋଲି ଖେଳ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ମୁଣ୍ଡ ଗଡ଼ିଥିଲା ।


ସେହିଭଳି ମଞ୍ଚେଶ୍ଵର ଥାନା ସମେଇଗାଡ଼ିଆରେ ଯୁବକଙ୍କୁ ଛୁରି ଭୁସି ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି । ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓରଫ ମିଲୁ ସମେତ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ହେଲେ ପଦ୍ମନାଭ ବେହେରା, ପ୍ରଶାନ୍ତ ବେହେରା ଏବଂ ସମୀର ସ୍ୱାଇଁ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର୍ ଏବଂ ଅଟୋ ଜବତ କରାଯାଇଛି ।


ପିପିଲି ଅଞ୍ଚଳରୁ ଅଭିଯୁକ୍ତ ତନ୍ମୟକୁ ଗିରଫ କରିଛି ପୋଲିସ । ପୋଲିସ ଗିରଫ ଭୟରେ ଅଭିଯୁକ୍ତ ତନ୍ମୟ ଡିମିରି ଫଳ ଖାଇ ଦେଇଥିଲା । ପିପିଲି ପୋଲିସ ସହାୟତାରେ ଅଭିଯୁକ୍ତକୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଅଛି । ଗିରଫ ଅଭିଯୁକ୍ତଙ୍କ ନାଁରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି । ରାସ୍ତାରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ହତ୍ୟାର ସୂତ୍ରପାତ ହୋଇଥିଲା ।

Sponsored
Commissionerate Police Arrested Six In Holi Double Murder Case | Argus News