ବାଂଲାଦେଶୀଙ୍କୁ ତଡିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

Key Points
ରାଜଧାନୀକୁ ଘେରି ଗଲେଣି ବାଂଲାଦେଶୀ
ସହରର ଛାତି ଉପରେ ଜମାଇଛନ୍ତି ଆଡ୍ଡା
ଧୀରେ ଧୀରେ କାୟା ବିସ୍ତାର କରୁଛନ୍ତି ବାଂଲାଦେଶୀ
କେବେ ବାଂଲା ଅନୁପ୍ରବେଶକାରୀଙ୍କୁ ଚିନ୍ହଟ କରି କରାଯିବ ତଡିପାର
ସମସ୍ତ ରାଜ୍ୟକୁ ଗୃହ ମନ୍ତ୍ରାଳୟ ପକ୍ଷରୁ 30ଦିନର ମହଲତ ଦିଆଯାଇଛି। ଜାଲ ପରିଚୟ ପତ୍ର ତିଆରି କରି ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ରହିଛନ୍ତି ହଜାର ହଜାର ବାଂଲାଦେଶୀ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା SOP ଆଧାରରେ ଚିହ୍ନଟ ହେଲେଣି କେତେ ବାଂଲାଦେଶୀ? ସେମାନଙ୍କୁ ରାଜ୍ୟରୁ କେବେ କରାଯିବ ତଡିପାର? ଜାଲ ପରିଚୟ ପତ୍ର ତିଆରି କରୁଥିବା ଲୋକଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ? ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା।
ସେପଟେ ଖାଲି ପଡ଼ିଥିବା ସରକାରୀ କ୍ଵାଟର୍ସକୁ ମାଡି ବସିଛନ୍ତି ବାଂଲାଦେଶୀ। ନିଶା କାରବାର, ଦେଶ ବିରୋଧୀ କାର୍ଯ୍ୟକଳାପ ଏବଂ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଭୁବନେଶ୍ୱରର ୟୁନିଟ-3 ମାଳି ସାହି, ପଥରବନ୍ଧ ବସ୍ତି, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ପଛ ପଟ ବସ୍ତିରେ ମାଳ ମାଳ ବାଂଲାଦେଶୀ ରହୁଛନ୍ତି। ଏମାନଙ୍କୁ ସେଠାରୁ କେମିତି ତଡିପାର କରାଯିବ ସେନେଇ କମିସନରେଟ ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏନେଇ ସବୁ ଥାନା ଅଧିକାରଙ୍କୁ ଭୁବନେଶ୍ୱର ଡିସିପି ରିପୋର୍ଟ ମାଗିଛନ୍ତି। କେଉଁ ଥାନା ଅଞ୍ଚଳରେ କେତେ ବାଂଲାଦେଶୀ ରହିଛନ୍ତି ତାର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି। ଯଦି ଆଗାମୀ ଦିନରେ ରାଜଧାନୀରୁ ବାଂଲାଦେଶିଙ୍କୁ ତଡିପାର ନ କରାଯାଏ ତେବେ ସ୍ଥିତି ଭୟଙ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।