Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗାପୂଜା : କେଉଁ ରାସ୍ତା ଦେଇ ବୁଲିବେ ପୂଜା, ଏଇ ରାସ୍ତାରେ ଗଲେ ପୋଲିସ...

Odisha

ଦୁର୍ଗାପୂଜା : କେଉଁ ରାସ୍ତା ଦେଇ ବୁଲିବେ ପୂଜା, ଏଇ ରାସ୍ତାରେ ଗଲେ ପୋଲିସ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦୁର୍ଗାପୂଜା : କେଉଁ ରାସ୍ତା ଦେଇ ବୁଲିବେ ପୂଜା, ଏଇ ରାସ୍ତାରେ ଗଲେ ପୋଲିସ...

Key Points

  • ପାର୍ବଣ ପାଇଁ ଟ୍ଵିନସିଟିରେ ଟ୍ରାଫିକ କଟକଣା
  • ଅପରାହ୍ନ ୪ଟାରୁ ଏହି ସବୁ ରାସ୍ତାରେ ଲାଗିବ କଟକଣା
  • କଟକ ପାଇଁ ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା

ଅର୍ଗସ ବ୍ୟୁରୋ: ରାତି ପାହିଲେ ମଣ୍ଡପରେ ମହାସପ୍ତମୀ ପୂଜା । ଦେବୀ ଦୁର୍ଗାଙ୍କର ହେବ ଚକ୍ଷୁ ଦାନ । ଆଉ ଅପରାହ୍ନରୁ ଟ୍ଵିନସିଟିରେ ହେବ ପ୍ରବଳ ଜାମ । ସହଜରେ ତ ଭୁବନେଶ୍ଵର-କଟକରେ ଏମିତିରେ ରାସ୍ତା ଜାମ ହେଉଛି । ଏବେ ପୁଣି ପୂଜା ବଜାର । ସେଇଥି ଲାଗି ତ କେମିତି ଟ୍ରାଫିକ କଂଟ୍ରୋଲ ହେବ ସେନେଇ କମିଶନରେଟ୍‌ ପୋଲିସ ପକ୍ଷରୁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା ।

ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ରହିବ ସ୍ଵତନ୍ତ୍ର ଟ୍ରାଫିକ କଟକଣା । ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ଵରରେ ଟ୍ରାଫିକ କଟକଣା ଜାରି ରହିବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ । ସିଲିଭର ସିଟି କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ଭୁବନେଶ୍ଵରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,  ଭୁବନେଶ୍ଵରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ଵର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଳି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ସେହପରି କଟକରେ ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତାରେ କଟକଣା ଜାରି ହୋଇଛି । ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା । 

ମୋଟ୍‌ ଉପରେ, ପାର୍ବଣ ପାଇଁ ଟ୍ଵିନସିଟିରେ ପ୍ରବଳ ଭିଡ଼ ଜମେ । ସଂଧ୍ୟା ନଇଁଲେ ତ ଘରୁ ବାହାରିବା ମୁସ୍କିଲ ହୋଇଯାଏ । ହେଲେ ଏଥର କେମିତି ସହଜରେ ପୂଜାର ମଜା ଉଠାଇପାରିବେ ଭକ୍ତ ସେନେଇ ଟ୍ରାଫିକ ଉପରେ ବିଶେଷ ଗୁରୁତ୍ଵ ଦେଇଛି କମିଶନରେଟ୍‌ ପୋଲିସ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Argus Whatsapp Channel Mobile Top
Sponsored
Commissionerate Police | Argus News