କଟକରେ ସାଧାରଣ ନିର୍ବାଚନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: କଟକରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ କଟକ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ୫ଟି ବିଧାନସଭା କ୍ଷେତ୍ରରେ କମିଶନରେଟ ପୋଲିସର ସମସ୍ତ ଟିମ ନିୟୋଜିତ ରହିବେ। କଟକ ସହରାଞ୍ଚଳ ପୋଲିସ ଅଞ୍ଚଳରେ ସମୁଦାୟ ୬୨୭ ବୁଥରେ ହେବ ମତଦାନ। ଏହି ବୁଥ ମଧ୍ୟରୁ ୧୦୬ଟି ପିଙ୍କ ବୁଥ ହୋଇଥିବା ବେଳେ ୧୫ଟି ଅତିରିକ୍ତ ବୁଥ ରଖାଯାଇଛି।
ଜଣେ ଡିସିପି, ୪ ଜଣ ଏଡିସିପି, ୧୦ ଏସିପି, ୨୬ ଇନ୍ସପେକ୍ଟର, ୧୭୨ ଜଣ ଏସଆଇ, ୬୬୪ ଜଣ ଏପିଆର ଓ ଓଏପିଏଫ, ୩୩୦ ଜଣ ହୋମଗାର୍ଡ, ୨୪ ସେକ୍ସନ ଓଏସଏପି ଫୋର୍ସ, ୧୩୫ ସେକ୍ସନ ସିଏପିଏଫ ପୋଲିସ ଫୋର୍ସ ମୁତୟନ ରହିବେ।
ଏହା ସହ ୫୩ ଟି ମୋବାଇଲ ପାର୍ଟି, ୧୯ ଟି ସେକ୍ଟର ମୋବାଇଲ, ୧୯ ଟି ଫ୍ଲାଇଙ୍ଗ ସ୍କୁଆଡ, ୧୯ ଟି ଷ୍ଟ୍ରାଇକିଙ୍ଗ ଫୋର୍ସ, ୯ ଟି ଭିଡିଓ ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ରହିବେ। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ମୋବାଇଲ ଆପ ଜରିଆରେ ଘଟଣାସ୍ଥଳରେ ପହଞ୍ଚିବେ ମୋବାଇଲ ପାର୍ଟି। ସମ୍ବେଦନଶୀଳ ବୁଥ ନିକଟରେ ଅଧିକ ପୋଲିସ ଫୋର୍ସ ମୁତୟନ ରହିବେ।
କଟକ କମିଶନରେଟ ପୋଲିସ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପ୍ରଚାର ଶେଷ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରକାଶ ଆର।
📱 Get Argus News App
✨ଅଧିକ ପଢ଼ନ୍ତୁ ନିର୍ବାଚନ ଖବର