ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ରକୁ ବାଲେଶ୍ୱରରୁ ଉଦ୍ଧାର କଲା କମିଶନରେଟ ପୋଲିସ

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷେ ପୋଲିସ ଅପହରଣକାରୀଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଦିନ ରାତି ଏକ କରି ଦେଇଥିଲା ପୋଲିସ । ଆଉ ଶେଷରେ ମାଆ କୋଳକୁ ଫେରିବ ତା ପୁଅ । ସେପଟେ ସାମ୍ନାକୁ ଆସିଥିଲା ଅପହରଣ ବେଳର ସିସିଟିଭି ଫୁଟେଜ। ଗତ ଶନିବାର ରାତି ପ୍ରାୟ ୨ଟା ସମୟରେ ଦିବ୍ୟାଙ୍ଗ ମହିଳାଙ୍କ ନିକଟରୁ ଶିଶୁପୁତ୍ର ଚୋରି ନେଇ ହୋଇଥିଲା ଅଭିଯୋଗ । ପୋଲିସ ବିଭିନ୍ନ ଟ୍ରାଫିକ୍ ଛକ ସହ ରାମ ମନ୍ଦିର ସ୍ଥିତ ସିସିଟିଭି ଭିଜୁଆଲ୍ ଯାଞ୍ଚ କରିଥିଲା।
ଅନ୍ୟରାଜ୍ୟକୁ ପୋଲିସ ଟିମ୍ ଯାଇ ଶିଶୁର ଅନୁସନ୍ଧାନ ମଧ୍ୟ ଜାରି ରଖିଥିଲା ପୋଲିସ । ପୂର୍ବରୁ ରାଜ୍ୟରେ ଅନେକ ଶିଶୁ ନିଖୋଜ ହୋଇଥିଲେ । ହେଲେ ସେମାନଙ୍କୁ ଠାବ କରିବାକୁ ପୋଲିସ ପକ୍ଷରୁ ନିଆଯାଉନଥିଲା ପର୍ଯ୍ୟାପ୍ତ ପଦକ୍ଷେପ । ଏବେ ବି ପିହୁ ଭଳି ଅନେକ ପିଲାଙ୍କର ମିଳୁନି ପତ୍ତା । ସେହିପରି ପରୀ ନିଖୋଜ ହେବାର କିଛି ଦିନ ପରେ ତାର ମୃତଦେହ ଠାବ ହୋଇଥିଲା । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ତତ୍ପର ହୋଇଛି ପୋଲିସ । ଦିନ ରାତି ଏକ କରି ଶିଶୁପୁତ୍ରକୁ ଖୋଜି ପାଇଛି ପୋଲିସ।