ପୁଣି ବିବାଦରେ ପାଣ୍ଡିଆନ : ସତ୍ୟ ତଥ୍ୟକୁ ଫେକ୍ କହୁଛି ପୋଲିସ !

Key Points
- ପୁଣି ବିବାଦରେ ପାଣ୍ଡିଆନ
- ପ୍ରଥମେ RTIରେ ତଥ୍ୟ ଦେଲେ ୭୪ ପୋଲିସ ଜଗୁଛନ୍ତି
- ଏବେ ଫେକ୍ ବୋଲି କହୁଛି ପୋଲିସ
ଅର୍ଗସ ବ୍ୟୁରୋ: ପାଣ୍ଡିଆନ, ସୁରକ୍ଷା, ବିବାଦ ଓ ପୋଲିସ । ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ନେଇ ଏବେ କାଠଗଡାରେ ପୋଲିସ । କାରଣ ପ୍ରଥମ ଆରଟିଆଇ ରିପୋର୍ଟରେ ପାଣ୍ଡିଆନଙ୍କୁ ୭୪ ପୋଲିସ ଜଗିଥିବା କୁହାଯାଇଥିଲା । ହେଲେ ଆଜି ଫେକ୍ ବୋଲି କହିଲାଣି ପୋଲିସ । କିନ୍ତୁ RTI ସୂଚନାରେ ପୋଲିସ କାହିଁକି ଓ କେମିତି ଏତେ ବଡ ମିଛ କହିଲା ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।
ଏପ୍ରିଲ ୧ ରେ ପୋଲିସ ଦେଇଥିବା ଏ ଆରଟିଆଇ ତଥ୍ୟ ଉପରେ ନଜର ପକାନ୍ତୁ । ସ୍ପଷ୍ଟ ଭାବରେ କୁହାଯାଇଛି କି, ଆରଟିଆଇ ଆକ୍ଟ ସେକ୍ସନ 8 (1) (g) ଅନୁସାରେ ପାଣ୍ଡିଆନଙ୍କ ସୁରକ୍ଷା ତଥ୍ୟ ଦେଇ ହେବ ନାହିଁ । କିନ୍ତୁ କାହିଁକି ଦେଇହେବନି ତାହାକୁ ନେଇ ଉଠିଲାଣି ପ୍ରଶ୍ନ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାଠୁ ପାଣ୍ଡିଆନଙ୍କ ସୁରକ୍ଷା ଅଧିକ ସମ୍ବେଦନଶୀଳ କି ? ତାଙ୍କ ଜୀବନ ପ୍ରତି କାହାଠୁ ବିପଦ ରହିଛି ? ମାଳମାଳ ପୋଲିସ ସୁରକ୍ଷାର କାରଣ କଣ ? କିଛି ଏମିତି ପ୍ରଶ୍ନ ସାଧାରଣରେ ଏବେ ଉଙ୍କି ମାରୁଛି ।
ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେତେ ସୁରକ୍ଷା କର୍ମୀ ଦିଆଯାଇଛି ତା'ର ଆରିଟିଆଇ ତଥ୍ୟ 2023 ଏପ୍ରିଲ 15ରେ ଦେଇଥିଲା କମିଶନରେଟ ପୋଲିସ । ଦେଖନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାର ତଥ୍ୟକୁ । ତେବେ ପ୍ରଶ୍ନ ଯଦି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ତଥ୍ୟ ପୋଲିସ ଦେଇପାରିଲା, ତାହାଲେ କାହିଁକି ଏବେ ପାଣ୍ଡିଆନଙ୍କ ତଥ୍ୟ ଦେଇହେବନି ବୋଲି କହୁଛି ? ପାଣ୍ଡିଆନଙ୍କ ସୁରକ୍ଷା ତଥ୍ୟ କୁ ଜାଣି ଶୁଣି ଲୁଚାଉଛି କି ପୋଲିସ ?
📱 Get Argus News App
✨ଖାଲି ଏତିକି ନୁହେଁ ବରଂ ପ୍ରଶ୍ନ, ଯଦି ୭୪ ସୁରକ୍ଷାକର୍ମୀ ଜଗିଥିବା ଆରଟିଆଇ ରିପୋର୍ଟ ଭୁଲ ତେବେ ଠିକ କ'ଣ ? ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ତଥ୍ୟ ମିଳୁଥିବା ବେଳେ କାହିଁକି ମିଳୁନି ପାଣ୍ଡିଆନଙ୍କ ସୁରକ୍ଷା ତଥ୍ୟ ? ସୂଚନା ଅଧିକାର କର୍ମୀ ଦେଖାଇଥିବା ରିପୋର୍ଟର ଫରେନସିକ ଯାଞ୍ଚ କରିବ କି ପୋଲିସ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଅପେକ୍ଷା କେବେ ପୋଲିସ କହୁଛି ସତ ।