Police Action / ପାର୍ବଣ ପୂର୍ବରୁ କମିଶନରେଟ୍ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

Key Points
ଅପରାଧୀଙ୍କ ଘରେ ଲଟକା ଏବଂ ଉଚ୍ଛେଦ ଅଭିଯାନ ଆରମ୍ଭ...
ଅପରାଧ ଛାଡ଼ ନହେଲେ ଏରିଆ ଛାଡ଼ି ବାକୁ ଚେତାବନୀ...
ବୁଲ୍ଡୋଜର ମାଡ଼ରେ ମାଟିରେ ମିସିଲା ଅପରାଧୀଙ୍କ ଘର...
ପାର୍ବଣ ପୂର୍ବରୁ କମିଶନରେଟ୍ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ…ଅପରାଧୀଙ୍କ ଘର ଆଗରେ ଲଗାଇଲା ଲଟକା, ଭାଙ୍ଗିଲା ବେଆଇନ୍ ଘର । ପୋଲିସର ଚେତାବନୀ ଅପରାଧ ଛାଡ଼ ନହେଲେ ଏରିଆ ଛାଡ଼ିବାକୁ ଚେତାବନୀ । ବୁଲ୍ଡୋଜର ମାଡ଼ରେ ମାଟିରେ ମିଶିଲା ଅପରାଧୀଙ୍କ ଘର ।
ଅପରାଧ ଛାଡ଼ ନହେଲେ ଏରିଆ ଛାଡ଼ ! ଅପରାଧ ଦମନ ପାଇଁ କମିଶନରେଟ୍ ପୋଲିସର ବୁଲ୍ଡୋଜର ଆକ୍ସନ । ମାଟିରେ ମିଶିଲା ଅପରାଧୀଙ୍କ ଘର । ପାର୍ବଣ ପୂର୍ବରୁ ଅପରାଧୀଙ୍କ ଘରେ ଲଟକା ଓ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ରାଜଧାନୀରେ କମିଶନରେଟ୍ ପୋଲିସର କଡ଼ା ଆକ୍ସନ ।
କମିସନରେଟ ପୋଲିସର ବୁଲଡୋଜର ଆକ୍ସନ । ଗୋଟିଏ ଦିନରେ ୬ରୁ ଅଧିକ ଅପରାଧୀଙ୍କ ଘର ଭାଙ୍ଗିଲା ଲିଙ୍ଗରାଜ ଥାନା ପୋଲିସ । ଏହି ଅପରାଧୀ ମାନେ ସରକାରୀ ଜାଗାରେ ଘର କରି ଅପରାଧ ଘଟାଉଥିଲେ । ପୋଲିସ ଲଟକା ଲଗାଇବା ସତ୍ୱେ ସୁଧୁରୁ ନଥିଲେ ।
ଗତ ଜୁଲାଇ ୩୦ତାରିଖ ରାତିରେ ଜିତୁ କାଣ୍ଡିଙ୍କୁ ଦୋକାନ ଘରେ ବିଭତ୍ସ ହତ୍ୟା କରିଥିଲେ ଅଭିଯୁକ୍ତ। ଘଟଣାରେ ଦୁଇ ଅଭିଯୁକ୍ତ ଶୁଭମ ଦାସ ଓ ବାବୁନା ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ | ଆଜି ସେମାନଙ୍କ ଘର ଭାଙ୍ଗି ମାଟିରେ ମିଶାଇଛି ପୋଲିସ ।
ସାବଧାନ ଅପରାଧୀ... ଅପରାଧ ଘଟାଇଥିବା ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଗତ ମେ’ ମାସରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରାଯାଇଥିଲେ ମଧ୍ୟ, ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଏବେ ହେଲା କଡ଼ା କାର୍ଯ୍ୟାନୁଷ୍ଠାନ ।
ବିଭିନ୍ନ ବସ୍ତିରେ ଅପରାଧୀଙ୍କ ଘର କାନ୍ଥରେ ଲାଗିଲା ନୋଟିସ । ଏହା ସହ ଘର ଖାଲି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଆରମ୍ଭ ହୋଇଛି ଏହି ପଦକ୍ଷେପ । ଯେଉଁମାନେ ବସ୍ତି ଅଞ୍ଚଳରେ ରହୁଛନ୍ତି, ସେମାନଙ୍କ ଘରେ ମଧ୍ୟ ଲଟକା ଲଗାଯାଇଛି । ସେହିପରି ହାଉସିଂ ସୋସାଇଟିରେ ରହୁଥିବା କ୍ରିମିନାଲଙ୍କ ଘରେ ମଧ୍ୟ ଲଟକା ଜାରି କରାଯାଇଛି ।
ଅପରାଧୀଙ୍କ ପ୍ରତି ସରକାରଙ୍କ ଜିରୋ ଟଲେରେନ୍ସ। ପ୍ରଥମେ ପ୍ରଶାସନର ଚେତାବନୀ, ଆଉ ଏବେ ଆକ୍ସନ। ଅପରାଧ କଲେ ସରକାରୀ ଆବାସରରୁ ହେବେ ବିଦା । ପାର୍ବଣ ପୂର୍ବରୁ ସମସ୍ତ ଅପରାଧୀଙ୍କ ବସ୍ତି ଘର ଭାଙ୍ଗିବା ସହ ଆବାସ ଘରୁ ହେବ ଉଚ୍ଛେଦ ।
📱 Get Argus News App
✨Related Topics
Explore more stories