Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mahanadi Issue / ମହାନଦୀ ପାଇଁ ଅଣ୍ଟା ଭିଡ଼ିଲେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ହେବ ସମାଧାନ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ମହାନଦୀ ପାଇଁ ଅଣ୍ଟା ଭିଡ଼ିଲେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ହେବ ସମାଧାନ
Mahanadi Issue

Key Points

ମହାନଦୀ ବିବାଦର ସମାଧାନ ବାଟ ଖୋଜିବ ସର୍ବଦଳୀୟ କମିଟି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ଏକ ଉଚ୍ଚ ସ୍ତରୀୟ କମିଟି ।

ମହାନଦୀ ବିବାଦର ସମାଧାନର ବାଟ ଖୋଜିବ ସର୍ବଦଳୀୟ କମିଟି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ଏକ ଉଚ୍ଚ ସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଛି ୭ ଜଣିଆ କମିଟି । ଯିଏ ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ଦିଗକୁ ତର୍ଜମା କରି ସମାଧାନର ବାଟ ବାହାର କରିବ । ଆଉ ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ବସିବ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ।

ମହାନଦୀ ବିବାଦର ସମାଧାନ ବାଟ ଖୋଜିବ ସର୍ବଦଳୀୟ କମିଟି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ଏକ ଉଚ୍ଚ ସ୍ତରୀୟ କମିଟି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟିରେ ରହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ୍ ରହିଛନ୍ତି ।

ତେବେ ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ। ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନିତିଗତ ଦିଗଦର୍ଶନ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ପ୍ରେସ ଇସ୍ତାହାରରେ କୁହାଯାଇଛି ।

ପୂର୍ବରୁ ମହାନଦୀକୁ ମା' କହି ଠକିଥିଲା ବିଜେଡି ସରକାର । ଛତିଶଗଡ଼ ୨୦୦୮ ମସିହାରୁ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ପାଣି ଅଟକାଇଥିବାବେଳେ ୨୦୧୭ରେ ଭାଙ୍ଗିଥିଲା ବିଜେଡି ସରକାରଙ୍କ ନିଦ । ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବୀନ ମହାନଦୀକୁ ମା' କହି ଆରମ୍ଭ କରିଥିଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ଆଉ ଏହା ପରେ ଆପୋସ ଆଲୋଚନାଠୁ ଦୂରେଇ ରହି କେବଳ ଟ୍ରିବୁନାଲ ନାଁରେ ୫ ବର୍ଷ ଗଡ଼ାଇ ଦେଇଥିଲେ ବିଜେଡି ସରକାର । ଏମିତିକି କେନ୍ଦ୍ର ସରକାର ଡାକିଥିବା ବୈଠକ ଅଧାରୁ ଉଠି ଆସିଥିଲେ ନବୀନ । ମହାନଦୀରେ ୭ଟି ବ୍ୟାରେଜ୍ ନିର୍ମାଣ ପାଇଁ ୨୦୧୮ରେ ବିଜେଡି ସରକାର ଘୋଷଣା କରିଥିବାବେଳେ କ୍ଷମତାରୁ ଯିବା ଯାଏଁ ୬ ବର୍ଷ ଭିତରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରିପାରିନଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mahanadi Issue | Committee includes members from both the ruling and opposition parties. | Argus News