Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ରଥ ଖଳା, ବଡ଼ଦାଣ୍ଡରେ ସ୍ଥିତି ସମୀକ୍ଷା କରିଛନ୍ତି କମିଟି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ରଥ ଖଳା, ବଡ଼ଦାଣ୍ଡରେ ସ୍ଥିତି ସମୀକ୍ଷା କରିଛନ୍ତି କମିଟି

Key Points

ରଥଯାତ୍ରା ପାଇଁ ପୁରୀରେ ମନ୍ତ୍ରୀସ୍ତରୀୟ କମିଟିର ମାରାଥନ୍ ସମୀକ୍ଷା

ପାନୀୟ ଜଳ, ସ୍ବାସ୍ଥ୍ୟ, ଗମନାଗମନକୁ ଦିଆଯାଇଛି ଫୋକସ୍

ଏଥର ଖାଦ୍ୟରେ ଅପମିଶ୍ରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ

ରଥଯାତ୍ରା ପାଇଁ ପୁରୀରେ ମନ୍ତ୍ରୀସ୍ତରୀୟ କମିଟିର ମାରାଥନ୍ ସମୀକ୍ଷା । କମିଟି ଅଧ୍ୟକ୍ଷା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ରଥ ଖଳା, ମୁଖ୍ୟ ଚିକିତ୍ସାଳୟ, ଶ୍ରୀଗୁଣ୍ଡିଚା ମନ୍ଦିର, ବଡ଼ଦାଣ୍ଡରେ ସ୍ଥିତି ସମୀକ୍ଷା କରିଛନ୍ତି କମିଟି । ପାନୀୟ ଜଳ, ସ୍ବାସ୍ଥ୍ୟ, ଗମନାଗମନକୁ ଦିଆଯାଇଛି ଫୋକସ୍ । ଡାଇରିଆ, ହିଟ୍ ଷ୍ଟ୍ରୋକକୁ ନଜରରେ ରଖି ନିଆଯାଇଛି ପଦକ୍ଷେପ । ସୁରକ୍ଷା ଓ ଶୃଙ୍ଖଳା ସମେତ ସ୍ୱାସ୍ଥ୍ୟ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥର ଖାଦ୍ୟରେ ଅପମିଶ୍ରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ ।


ସ୍ବାସ୍ଥ୍ୟ ସେବାର ଅପବ୍ୟବହାର ନକରି ନିଡ୍ ବେସଡ୍ ହେଲଥ୍ ସର୍ଭିସ୍ ଯୋଗାଇଦେବାକୁ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । ସ୍ବାସ୍ଥ୍ୟସେବାକୁ ସିସିଟିଭି କ୍ୟାମେରା ମାଧ୍ୟମରେ ମନିଟରିଂ କରାଯିବ। ପ୍ରସ୍ତୁତ ରହିବ ୭୪ଟି ଆମ୍ବୁଲାନ୍ସ । ଡାଇରିଆକୁ ଦୃଷ୍ଟିରେ ରଖି ୩ଟି ଟିମ୍ ଗଠନ ହୋଇଛି । ୨ ଟିମ୍ ସହରାଞ୍ଚଳରେ ପାଣି ସାମ୍ପୁଲ ଟେଷ୍ଟ କରୁଥିବା ବେଳେ ଗୋଟିଏ ଟିମ୍ ସଦର ପାଣି ସାମ୍ପୁଲ୍ ଟେଷ୍ଟ ପାଇଁ ମୁତୟନ ରହିଛନ୍ତି । ୨୪୦ ଅତିରିକ୍ତ ବେଡ୍ ପ୍ରସ୍ତୁତ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ୫୦ ବେଡ୍ ପ୍ରସ୍ତୁତ ରହିଛି । ହିଟ୍ ଷ୍ଟ୍ରୋକ ପାଇଁ ରହିଛି ୪୦ଟି ବେଡ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏମ୍ସ ତରଫରୁ IDHରେ ୪୦ ବେଡ୍ ବିଶିଷ୍ଟ ICU ପ୍ରସ୍ତୁତ ରହିଛି । ସେପଟେ enforcementକୁ ତ୍ୱରାନ୍ୱିତ କରାଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ଓ ଏବେ ରାଜ୍ୟରେ ଡାଇରିଆ ପରିସ୍ଥିତିକୁ ନଜରରେ ରଖି ଖାଦ୍ୟ ଚେକିଂ ଓ ପାଣି ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଇଛି ।

Sponsored
committee-led-by-prabhati-parida-reviews-situation-at-rath-khala-badadanda | Argus News