ଓଡ଼ିଶା ଫେରିଲେ ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡା ୨୦୨୫ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ
·1 year ago·1 min read

Key Points
ସାତ ଜଣ ଖେଳାଳି ପ୍ରତିଯୋଗିତାରେ ୧୩ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ହାସଲ କରିଛନ୍ତି
ଓଡ଼ିଶା ଫେରିଲେ ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡା ୨୦୨୫ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ । ଆମେରିକାର ବିର୍ମିଂହାମରେ ଆୟୋଜିତ ହୋଇଥିଲା ପ୍ରତିଯୋଗିତା । ଭାରତୀୟ ଦଳରେ ସାମିଲ ହୋଇ ଓଡିଶା ପୋଲିସକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି ଭୁବନେଶ୍ୱର ଡିସିପି । ସାତ ଜଣ ଖେଳାଳି ପ୍ରତିଯୋଗିତାରେ ୧୩ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ହାସଲ କରିଛନ୍ତି। ସମସ୍ତ ଖୋଳାଳି ବର୍ତ୍ତମାନ ଓଡିଶା ପୋଲିସରେ କାର୍ଯ୍ୟରତ ଅଛନ୍ତି ।
ପୋଲିସ ବ୍ୟାଣ୍ଡ ପରିବେଷଣ ସହ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପୋଲିସ ସେବା ଭବନକୁ ଆଥଲେଟଙ୍କୁ ପୋଛୋଟି ନିଆଯାଇଛି। ଆଥଲେଟ ଅଶୋକ ଦଣ୍ତସେନା, ସବିତା ଟପ୍ପୋ, ସୁସ୍ମିତା ଟିଗା କରାଟେ ପ୍ଲେୟର ସୁମାନ ଶେଖର ଦାସ, ଡି ଭଗବାନ ରେଡି, ରିତେସ ରାୟ, ଅଭିଶେଷ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: