Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଦିମ ଜନଜାତିଙ୍କ ନିରୀହତାର ଫାଇଦା ଉଠାଉଛନ୍ତି ବଡବାବୁ

Odisha

ଆଦିମ ଜନଜାତିଙ୍କ ନିରୀହତାର ଫାଇଦା ଉଠାଉଛନ୍ତି ବଡବାବୁ

Smruti Parija
Browse all articles by Smruti Parija
·1 year ago·2 min read
ଆଦିମ ଜନଜାତିଙ୍କ ନିରୀହତାର ଫାଇଦା ଉଠାଉଛନ୍ତି ବଡବାବୁ

Key Points

ଆଦିବାସୀଙ୍କ ନିରୀହତାର ଫାଇଦା ଉଠାଉଛନ୍ତି ପାଠ ପଢୁଆ ବଡ ବାବୁ । ଗୋଟିଏ ବ୍ୟକ୍ତିଙ୍କର ଦୁଇଦୁଇ ଥର ମୃତ୍ୟୁ ପ୍ରମାଣ ପତ୍ର କାଢି ଉଠାଉଛନ୍ତି ଫାଇଦା ।

ରାୟଗଡା: ଆଦିବାସୀଙ୍କ ନିରୀହତାର ଫାଇଦା ଉଠାଉଛନ୍ତି ପାଠ ପଢୁଆ ବଡ ବାବୁ । ଗୋଟିଏ ବ୍ୟକ୍ତିଙ୍କର ଦୁଇଦୁଇ ଥର ମୃତ୍ୟୁ ପ୍ରମାଣ ପତ୍ର କାଢି ଉଠାଉଛନ୍ତି ଫାଇଦା । ଆଉ ଏ ଅଭିଯୋଗ ଏବେର ନୁହେଁ ବରଂ ବହୁ ପୁରୁଣା । ଏନେଇ ଲିଖିତ ଅଭିଯୋଗ ହେଉଛି...ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ । ଏମିତି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ରାୟଗଡା ମୁନିଗୁଡା ବ୍ଲକରେ ।


ସୂଚନାନୁଯାୟୀ, ପୂର୍ବରୁ ଜୀବିତ ବ୍ୟକ୍ତିଙ୍କୁ ଦୁଇ ଦୁଇ ଥର ନଥିପତ୍ରରେ ମୃତ ଦର୍ଶାଇ ଟଙ୍କା ହଡ଼ପ କରିଥିବା ଘଟଣାରେ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରିଣୀ ବିଚାରଧୀନ ଥିଲା । ଏବେ ପୁଣି ସେମିତି ଏକ ଘଟଣା ସାମନାକୁ ଆସିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାୟଗଡା ମୁନିଗୁଡା ବ୍ଲକରୁ ଆଦିମ ଜନଜାତି ଡଙ୍ଗରିଆଙ୍କୁ ନେଇ ଏକ ସମାନ ଅଭିଯୋଗ ଜିଲ୍ଲା ଆରକ୍ଷୀ ଅଧିକାରିଣୀଙ୍କ ନିକଟରେ ହୋଇଛି । ଜିତୁ ଜାକାଶିକାଙ୍କ ନେତୃତ୍ତ୍ୱରେ ପ୍ରାୟ ୧୦ ରୁ ଉର୍ଦ୍ଧ୍ୱ ଆଦିମ ଜନଜାତିର ମହିଳା ଆଜି ଆରକ୍ଷୀ ଅଧିକାରିଣୀ ଶ୍ୱାତୀ ଏସ କୁମାରଙ୍କ ନିକଟରେ ପହଂଚିଥିଲେ । ଆଦିମ ଜନଜାତିର ଅଭିଯୋଗ ଥିଲା ଯେ ପୂର୍ବରୁ ମୁନିଗୁଡା ବ୍ଲକରେ କାର୍ଯ୍ୟରତ ଥିବା ଡାକ୍ତର ସବ୍ୟସାଚୀ ମହାପାତ୍ର ମୁନିଗୁଡା ବ୍ଲକର ଆଦିମ ଜନଜାତି ବ୍ୟକ୍ତିଙ୍କ ମୃତ୍ୟୁର ନଥିପତ୍ରରେ ଭିନ୍ନ ଭିନ୍ନ ତାରିଖରେ ଦୁଇ ଦୁଇଟି ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।


ଯାହାକୁ ଭିତ୍ତି କରି ଶ୍ରମ ବିଭାଗରେ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନରେ ଘୋଟାଲା ହୋଇଥିଲା । ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ନିରୀହତାର ଫାଇଦା ଉଠାଇ ତତ୍କାଳୀନ ମୁନିଗୁଡା ଡାକ୍ତର ସାବ୍ୟସାଚୀ ମହାପାତ୍ର ଏଭଳି ବେଆଇନ କାର୍ଯ୍ୟ କରିଥିବା ନେଇ ମୁନିଗୁଡା ଥାନାରେ ଡ଼ଙ୍ଗରିଆମାନେ ଲିଖିତ ଅଭିଯୋଗ କରିଥିଲେ। ପାଖା ପାଖି ଏକ ବର୍ଷ ବିତିଗଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି ମୁନିଗୁଡା ପୋଲିସ । ଏନେଇ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଭେଟି ଯଥାଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ହିତାଧିକାରୀ ।

Argus Whatsapp Channel Mobile Top
Sponsored
Complaint about death certificates being issued twice in the name of a deceased person | Argus News