ମହଙ୍ଗା ପଡିଲା ଯୁବତୀଙ୍କୁ ବସରେ ନ ଉଠାଇବା ଓ ଦୁର୍ବ୍ୟବହାର କରିବା

ପୁରୀ: ମହଙ୍ଗା ପଡିଲା ଯୁବତୀଙ୍କୁ ବସରେ ନ ଉଠାଇବା ଓ ଦୁଃର୍ବ୍ୟବହାର କରିବା । ଅଣ୍ଡର ଟେକିଙ୍ଗ୍ ଲେଖି ଆଉ ଥରେ ଏଭଳି ଭୁଲ୍ ହେବ ନାହିଁ ବୋଲି ଲେଖିଲେ ଘରୋଇ ବସ କର୍ମଚାରୀ । ଗତକାଲି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା କୁମାର ନାମକ ଘରୋଇ ବସରେ ପିପିଲି ଅଞ୍ଚଳର ଦୁଇ ଜଣ ଯୁବତୀ ରାତିରେ ଭୁବନେଶ୍ୱରରୁ ପିପିଲି ଆସିବା ପାଇଁ କଳ୍ପନା ଛକରେ ବସରେ ଚଢିଥିଲେ ।
ବସରେ ଯାତ୍ରୀ ବହୁତ କମ ରହି ଥିଲେ ମଧ୍ୟ ବସ କଣ୍ଡକ୍ଟର ଓ ଡ୍ରାଇଭର ଏହି ଯୁବତୀମାନଙ୍କୁ ବସ୍ ରେ ନ ଚଢାଇ ଦୁଃଵ୍ୟଵହାର କରିଥିଲେ । ଏହି ଯୁବତୀ ମାନେ ଏ ନେଇ ନିଜ ସମ୍ପର୍କୀୟଙ୍କୁ ଫୋନ ଯୋଗେ ଏଭଳି ଅଭିଯୋଗ କରିବା ପରେ ପିପିଲି ଟୋଲ ପ୍ଲାଜା ନିକଟରେ ବସକୁ ଅଟକାଇ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅଟକାଇ ରଖିଥିଲେ ସମ୍ପର୍କୀୟ ଓ ସ୍ଥାନୀୟ ଜନସାଧାରଣ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ସ୍ଥାନୀୟ ଲୋକମାନେ ବସ କର୍ମଚାରୀ ମାନେ ଏଭଳି ବ୍ୟବହାର ଯେଭଳି ପୁନରାବୁର୍ତ୍ତି ନ ଘଟେ ସେଥିପାଇଁ ଉଭୟ ଙ୍କ ଠାରୁ ଅଣ୍ଡର ଟେକିଙ୍ଗ ଲେଖିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।