Videos
|
Odisha

ତୁଳସୀ ଗଣନାଟ୍ୟର ମାଲିକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ତୁଳସୀ ଗଣନାଟ୍ୟର ମାଲିକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ତୁଳସୀ ଗଣନାଟ୍ୟର ମାଲିକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ତୁଳସୀର ହିରୋଇନ ସୋନାଲିଙ୍କ ସ୍ବାମୀ ଆଣିଛନ୍ତି ହୃଦୟ ଥରେଇବା ଭଳି ଅଭିଯୋଗ । ତାଙ୍କ ପତ୍ନୀ ସୋନାଲିଙ୍କୁ ଜୋର ଜବରଦସ୍ତ ପାର୍ଟିରେ ରଖିବା ସହ ସ୍ବାମୀଙ୍କ ସହ ଭେଟ କରେଇବାକୁ ବି ଦେଉନାହାନ୍ତି ତୁଳସୀ ଗଣନାଟ୍ୟର ଭଡ଼ାଟିଆ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ । ଅର୍ଗସ କ୍ୟାମେରା ଆଗରେ ସବୁ ଘଟଣାର ପୃଷ୍ଠା ଖୋଲିବା ସହ ଛାତିର ବେଦନାକୁ ବୟାନ କରିଛନ୍ତି ସୋନାଲିଙ୍କ ସ୍ବାମୀ ଜନ୍ । ଦୀର୍ଘ ୧୦ ବର୍ଷ ହେବ ନାଣ୍ଡୁ ଏଭଳି କାରନାମା ଘଟେଇ ଚାଲିଛନ୍ତି ।


ଏପରିକି ଜନଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ସେ ଧମକ ଦେଇଥିବା ଅର୍ଗସ କ୍ୟାମେରା ଆଗରେ କହିଛନ୍ତି ଜନ୍ । ସୋନାଲିଙ୍କ ପୁଅକୁ ମଧ୍ୟ ତାଙ୍କ ସହ ଭେଟେଇ ଦେଉନାହାନ୍ତି ନାଣ୍ଡୁ । ପୁଅ ଦେଖା କରିବାକୁ ଆସିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଛନ୍ତି ନାଣ୍ଡୁ । ଏନେଇ କଣ କହିଛନ୍ତି ସୋନାଲିଙ୍କ ସ୍ବାମୀ ଆଉ ପୁଅ ଆସନ୍ତୁ ଶୁଣିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
complaint-filed-against-tulasi-jatra-owner | Argus News