Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Update / ଚାକିରୀ ଟଳ ମଳ, ୭୫୦୦୦ ରୁ ଅଧିକ ଶିକ୍ଷକ ଏବେ ଚିନ୍ତାରେ

Smruti Parija
Browse all articles by Smruti Parija
·10 months ago·2 min read
ଚାକିରୀ  ଟଳ ମଳ, ୭୫୦୦୦ ରୁ ଅଧିକ ଶିକ୍ଷକ ଏବେ ଚିନ୍ତାରେ

Key Points

ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ଟିଇଟି ପରୀକ୍ଷା
ସବୁ ପ୍ରାଥମିକ ଶିକ୍ଷକ ପରୀକ୍ଷାରେ ପାସ ନ କଲେ ହରେଇବେ ଚାକିରୀ
ନିଷ୍ପତ୍ତିକୁ ନାପସନ୍ଦ କଲେ ଓଡ଼ିଶାର ଶିକ୍ଷକ

ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ଟିଇଟି ପରୀକ୍ଷା । ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସବୁ ପ୍ରାଥମିକ ଶିକ୍ଷକ ପରୀକ୍ଷାରେ ପାସ ନ କଲେ ହରେଇବେ ଚାକିରି । ନିଷ୍ପତ୍ତିକୁ ନାପସନ୍ଦ କଲେ ଓଡ଼ିଶାର ଶିକ୍ଷକ ।


ଆସନ୍ତା ୨ ବର୍ଷ ମଧ୍ୟରେ ସମସ୍ତ ଶିକ୍ଷକ ଏହି ପରୀକ୍ଷା ଦେବାକୁ ବାଧ୍ୟ । ପରୀକ୍ଷାରେ ପାସ ନ କଲେ ଚାକିରି ଯିବା ନିଶ୍ଚିତ । ଯେଉଁ ଶିକ୍ଷକଙ୍କ ଚାକିରୀ ଅବସର ନେବାର ମାତ୍ର ୫ ବର୍ଷ କିମ୍ବା 5 ବର୍ଷ କମ ଥିବ ସେମାନଙ୍କ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ ରହିବ ନାହିଁ । ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପରେ ରାଜ୍ୟରେ ଟେନସନରେ ଶିକ୍ଷକ । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଶିକ୍ଷକଙ୍କ ସ୍ୱାର୍ଥକୁ ଦିଆଯିବ ପ୍ରାଥମିକତା । ଅନ୍ୟ ରାଜ୍ୟ ଏ ନେଇ କଣ କରୁଛନ୍ତି ତାର ତର୍ଜମା ସହ ଶିକ୍ଷକ ସଂଗଠନ ସହ ଆଲୋଚନା କରି ସରକାର ନିଷ୍ପତ୍ତି ନେବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ବିନା ଓଟିଇଟି ପରୀକ୍ଷା ପାସ୍ କରି ଶିକ୍ଷକ ଚାକିରୀରେ ରହିଛନ୍ତି ପାଖାପାଖି ୭୫ ହଜାରରୁ ୮୦ ହଜାର ଶିକ୍ଷକ । ୨୦୧୨ ପୂର୍ବରୁ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟରତ ଶିକ୍ଷକମାନଙ୍କ ପାଇଁ ଏଭଳି ଟିଚର ଏଲିଜିବିଲିଟି ପରୀକ୍ଷା ନଥିବାରୁ ଶିକ୍ଷକ ମାନେ ପରୀକ୍ଷା ଦେବାରୁ ବଞ୍ଚିତ ଥିଲେ । ମାତ୍ର କ୍ୟାଡର ରୁଲ୍ ଅନୁସାରେ ରାଜ୍ୟରେ ଶିକ୍ଷକମାନେ ନିଜ ଚାକିରୀର ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇଁ ଏହି ପରୀକ୍ଷା ଦେଇପାରିବାର ନିୟମ ଅଛି । କିନ୍ତୁ ପରୀକ୍ଷାରେ ଫେଲ୍ ହେଲେ ଚାକିରୀ ଯିବାର ଭୟ ନଥିଲା । ତେବେ ସୁପ୍ରିମକୋର୍ଟଙ୍କ ରାୟରେ ପରୀକ୍ଷାରେ ଫେଲ୍ ହେଲେ ଚାକିରୀ ଯିବା କଷ୍ଟଦାୟକ ବୋଲି କହିଛି ପ୍ରାଥମିକ ଶିକ୍ଷକ ସଂଘ । ସେପଟେ ସୁପ୍ରିମ କୋର୍ଟଙ୍କ ରାୟ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବ ବୋଲି କହିଛନ୍ତି ଶିକ୍ଷାବିତ।


ସ୍କୁଲରେ ଶିକ୍ଷକତା ପାଇଁ ଟିଇଟି ବାଧ୍ୟତାମୂଳକ କି ନୁହେଁ ସେ ନେଇ ତାମିଲନାଡୁ ଓ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକାଧିକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ରାୟ ଆସିବା ପରେ ଛତିଶଗଡ ସରକାର ଏହା ବିରୋଧରେ ଅପିଲ କରିବାକୁ ସଜବାଜ ହେଉଛି । 75 ହଜାର ଶିକ୍ଷକଙ୍କ ସ୍ବାର୍ଥକୁ ଦେଖି ଓଡିଶା ସରକାର କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।

Sponsored
Update | compulsory-tet-exam-for-teachers-odisha-teachers-dislike-the-big-verdict-of-the-supreme-court | Argus News