Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାନୀୟ ଜଳ ସମସ୍ୟା ନେଇ ରାଜ୍ୟପାଳ ରଘୁବର ଦାସଙ୍କ ଉଦବେଗ

Odisha

ପାନୀୟ ଜଳ ସମସ୍ୟା ନେଇ ରାଜ୍ୟପାଳ ରଘୁବର ଦାସଙ୍କ ଉଦବେଗ

Ritu Das
Browse all articles by Ritu Das
·2 years ago·2 min read
ପାନୀୟ ଜଳ ସମସ୍ୟା ନେଇ ରାଜ୍ୟପାଳ ରଘୁବର ଦାସଙ୍କ ଉଦବେଗ

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ କିରେଇ ପଞ୍ଚାୟତର ଜବରଦସ୍ତପଡ଼ା। ରବିବାର ରାତିରେ ଏହି ମଫସଲ ହୋଇଉଠିଲା ଚଳଚଞ୍ଚଳ। କାରଣ ଏ ଗାଁରେ ପହଞ୍ଚିଥିଲେ ରାଜ୍ୟପାଳ । ପାଣି ସମସ୍ୟାରେ ହନ୍ତସନ୍ତ ହେଉଥିବା ଏ ଗାଁର ଲୋକେ ସୁନ୍ଦରଗଡ଼ ଗସ୍ତରେ ଯାଉଥିବା ରାଜ୍ୟପାଳଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇଥିଲେ। ଅଭିଯୋଗ ଶୁଣିବା ପରେ ସେମାନଙ୍କ ଗାଁକୁ ଯାଇ ପାଣି ସମସ୍ୟା ବୁଲି ଦେଖିଥିଲେ ପିପୁଲ୍ସ ଗଭର୍ଣ୍ଣର। ଲୋକଙ୍କ କଥାକୁ ଗୁରୁତ୍ବ ସହ ନେଲେ। ରାଜ୍ୟ ସରକାରଙ୍କୁ ଜଣାଇ ସମାଧାନ କରିବାର ପ୍ରତିଶ୍ରୁତି ଦେଲେ । 

ଏବେ ସ୍ପଷ୍ଟ ଦିବାଲୋକରେ ଦେଖନ୍ତୁ ସେହି ଜବରଦସ୍ତ ପଡ଼ାର ଦୃଶ୍ୟ ଯେଉଁଠାକୁ ଯାଇଥିଲେ ରାଜ୍ୟପାଳ । ଗାଁରେ ରହନ୍ତି  50ରୁ ଅଧିକ ପରିବାର । ସୁନ୍ଦରଗଡ ସଦର ମହକୁମାଠାରୁ ମାତ୍ର 7 କିଲୋମିଟର ଦୁରରେ ଥିବା ଏହି ଗାଁର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ଗାଁରେ ଥିବା ନଳକୂପ ଓ ସୋଲାର ପମ୍ପ ଅଚଳ। ଏଇ ଗୋଟିଏ ପୋଖରୀ ହିଁ ଲୋକଙ୍କ ଭରସା। ଦେଖନ୍ତୁ ଇଏ ଏକବିଂଶ ଶତାବ୍ଦୀର ଓଡ଼ିଶା। ଯେଉଁଠି ଗାଧୋଇବା, ଶୌଚ ହେଉଥିବା ଏ ପୋଖରୀର ଦୂଷିତ ପାଣି ଛାଣି ପିଇବାକୁ ବାଧ୍ୟ ଗାଁ ଲୋକେ । ବସୁଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ନାଁରେ ପାନୀୟ ଜଳ ଯୋଗାଣର ମିଛ ପ୍ରଚାର କରୁଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଉଛି ଏହି ଗାଁର ଚିତ୍ର। 

ଏବେ ଫେବ୍ରୁଆରୀ ମାସରେ ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକେ ଖରାଦିନେ ଦୟନୀୟ ଅବସ୍ଥା ଭୋଗନ୍ତି। ପୋଖରୀରୁ ଲୋକେ ଦୂଷିତ ପାଣି ପିଉଥିବା ଦେଖି ଉଦବେଗ ପ୍ରକାଶ କଲେ ରାଜ୍ୟପାଳ। ଜିଲ୍ଲାପ୍ରଶାସନକୁ ଏ ନେଇ ଏକ ରିପୋର୍ଟ ମାଗିଲେ। ରାଜ୍ୟପାଳଙ୍କ ସହ ସଦର ବିଧାୟିକା କୁଶୁମ ଟେଟେ ମଧ୍ୟ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଟ୍ବିଟ୍ କରି ରାଜ୍ୟପାଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଯୋଜନା ଆମ ମା ଓ ଭଉଣୀଙ୍କ ଜୀବନକୁ ସହଜ କରିଛି। ସେମାନେ ସହଜରେ ନିଜ ଘରେ ପାଣି ପାଉଛନ୍ତି । କିନ୍ତୁ ଜବରଦସ୍ତପଡାର ଲୋକଙ୍କ ସମସ୍ୟାକୁ ଦେଖି ଦୁଃଖ ଲାଗିଲା । ଗତ ଡିସେମ୍ବର ମାସରେ ସୁନ୍ଦରଗଡ଼ ଓ ରାଉରକେଲାରେ ଦୂଷିତ ପାଣି ଯୋଗୁଁ ହଇଜାରେ ଯାଇଥିଲା ବହୁ ଲୋକଙ୍କ ଜୀବନ। ତଥାପି ଚେତିଲେନି ରାଜ୍ୟ ସରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Concern of Governor | Argus News