Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି, ଭାଇରାଲ ହେଲା ଭିଡିଓ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଖଟ ଉପରେ ୫୦୦ ଟଙ୍କିଆ ଗାନ୍ଧିମୁଣ୍ଡ ରଖାଯାଇଛି । ବବି ଦାସ୍‌ ପଠାଇଛନ୍ତି ବୋଲି ମାଡାମ କହୁଛନ୍ତି । ହେଲେ ଛିଡା ହୋଇଥିବା ମାଡାମ ସିଧାସିଧା କହୁଛନ୍ତି , ବବି ତ ମୁଣ୍ଡପିଛା ହଜାରେ ଦେଇଛନ୍ତି ତୁମେ ୫୦୦ କାଟୁଛ କାହିଁକି ? ଆମେ ନେବୁନି...୧୦ହଜାର ଦିଅ .ପରେ ଆମେ ଭାବିବୁ । ଏ ଦୃଶ୍ୟ ହେଉଛି କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଗନ୍ଧଣ ପଞ୍ଚାୟତର ବୋଲି ଜଣା ପଡିଛି । ତେବେ ଭିଡିଓ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ କୋରେଇରେ ନିର୍ବାଚନ ଜିତିବା ପାଇଁ ବବି ବାଣ୍ଟୁଛନ୍ତି ଟଙ୍କା । 

ଭୋଟ୍ ନେବା ପାଇଁ ବାୟା ହେଲେଣି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଦଳ ତାଙ୍କୁ ଏଥର ସମ୍ବଲପୁର ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ କରିଛି । ଦିଲ୍ଲୀ ଯିବାକୁ ସେ ଅପରାହ୍ନରେ ସ୍ଵପ୍ନ ଦେଖିଛନ୍ତି । ହେଲେ ସେ ସ୍ଵପ୍ନ କେବେ ବି ସାକାର ହେବନି ସେକଥା କାହାକୁ ଜଣାଥାଉ କି ନଥାଉ...ବିଜେଡି ନେତା ଓ ବବିଙ୍କୁ ଭଲରେ ଜଣା । ସେଇଥି ଲାଗି ତ କୋରେଇରେ ଯେସ୍ତେକେସ୍ତେ ଜିତିବାକୁ ପ୍ଲାନ କରୁଛନ୍ତି ବବି । ଖାଲି ପ୍ଲାନ କରୁଛନ୍ତି ତାହା ନୁହେଁ ବରଂ କୋରେଇରେ ବ୍ୟାଗ ବ୍ୟାଗ ଟଙ୍କା ବି ବାଣ୍ଟୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଯାଜପୁରର କୋରେଇ । ବବିଙ୍କ ବାପା ଅଶୋକ ଦାସ ଏଇ ନିର୍ବାଚନୀମଣ୍ଡଳୀରୁ ଅନେକ ବାର ନିର୍ବାଚନ ଜିତିଛନ୍ତି । ପରବର୍ତ୍ତୀ ସମୟରେ ୨୦୦୯ରେ ପ୍ରୀତିରଂଜନ ଘଡେଇ, ଆକାଶଦାସ ନାୟକ, ଅଶୋକ ବଳ ବିଜେଡିରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ହେଲେ ଏଥର ବବିଙ୍କ ମାଆ ସଂଧ୍ୟାରାଣୀ ଦାସଙ୍କ ଦଳ ଟିକଟ ଦେଇଛି । କଥା ହେଲା ପୂରା ରାଜ୍ୟରେ ଏବେ ପରିବର୍ତ୍ତନର ହାୱା ଦେଖାଦେଇଛି । ଏଥିରୁ କୋରେଇ ବି ବାଦ ପଡିବ କେମିତି ? ଯେହେତୁ ସମ୍ବଲପୁରରୁ ବବି ହାରୁଛନ୍ତି, ତେଣୁ ପ୍ରି ପ୍ଲାନ କରି କୋରେଇ ଆସନରୁ ନିଜ ମାଆଙ୍କୁ ପ୍ରାର୍ଥୀ କରିଛନ୍ତି ବବି । ଆଉ ନିର୍ବାଚନ ସରିବା ପରେ ଯଦି ମାଆଙ୍କର ବିଜୟ ହୁଏ ତାହାଲେ ସେ ଇସ୍ତଫା ଦେବା ସହ ବବି  ସେଠାରୁ ନିର୍ବାଚନ ଲଢିବେ । ନହେଲେ ବବିଙ୍କ ରାଜନୈତିକ ଭବିଷ୍ୟତ ପୂରା ଅନ୍ଧକାର ମୟ ହେବ । ସେଇଥି ଲାଗି ତ ପୁଳାପୁଳା ଟଙ୍କା ବାଣ୍ଟିବାରେ ବବି ବ୍ୟସ୍ତ । ହେଲେ ସେ ଭିଡିଓ ଭାଇରାଲ ହେବା ପରେ ବବିଙ୍କ ଉପରେ ଦଳ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ଅପେକ୍ଷା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar | Argus News