ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଶୋକ

Key Points
ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଭିନ୍ନ ସମୟରେ ଅଣକଂଗ୍ରେସ ରାଜନୀତିରେ ସେ ଜଣେ ଆଗଧାଡିର ନେତା ଥିଲେ ।
ଭୁବନେଶ୍ଵର: ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର କୋରାପୁଟ ଜିଲ୍ଲା ଆବହାକ ତଥା ନବରଙ୍ଗପୁର ଓକିଲ ସଂଘର ପୂର୍ବତନ ସଭାପତି ବରିଷ୍ଠ ସମାଜସେବୀ ଅଶୋକ ମିଶ୍ର ଗତକାଲି ମୃତ୍ୟୁବରଣ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଭିନ୍ନ ସମୟରେ ଅଣକଂଗ୍ରେସ ରାଜନୀତିରେ ସେ ଜଣେ ଆଗଧାଡିର ନେତା ଥିଲେ । ବିଗତ ବିଧାନସଭା ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରହାରୀ ଭାବରେ କାମ କରିଥିଲେ ତାଙ୍କରି ଉଦ୍ୟମରେ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବହୁ ଭୋଟରେ ନିର୍ବାଚିତ ହୋଇଥିଲେ ।
ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଜିଲ୍ଲା ଆବାହକ ଭାବରେ ବିଭିନ୍ନ ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସଂଗଠନର କାର୍ଯ୍ୟକ୍ରମ ପରିକଳ୍ପନା କରିବା ପାଇଁ ଜନ ଅଭିଯୋଗ ଶିବିର ଓ ପରବର୍ତ୍ତୀ କାର୍ଯ୍ୟକ୍ରମରେ ସେ ନିଜକୁ ନିୟୋଜିତ କରିଥିଲେ । ଗତ ୨୩ ତାରିଖ ଦିନ ଅଖିଳ ଭାରତ ଭ୍ରଷ୍ଟାଋର ବିରୋଧୀ ସଂଗଠନର ରାଜ୍ୟ ଆବାହକ ସୁବ୍ରତ କୁମାର ନନ୍ଦଙ୍କ କୋରାପୁଟ ଗସ୍ତ ସମୟରେ ଜୟପୁର ଠାରେ ସାମ୍ବାଦିକମାନଙ୍କୁ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ତାଙ୍କର ଅକାଳ ବିୟୋଗରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
📱 Get Argus News App
✨ସଂଗଠନର ଆବାହାକ ବରିଷ୍ଠ ଆଇନଜୀବୀ–ସୁବ୍ରତ କୁମାର ନନ୍ଦ, ରାଜ୍ୟ ସଂପାଦକ–ଶ୍ୟାମ ସୁନ୍ଦର ପଣ୍ଡା, ନିବରଙ୍ଗପୁର ଜିଲ୍ଲା ସଭାପତି–ଈଶ୍ଵର ରାଓ, ରାଜ୍ୟ ସଂଯୋଜକ–ସୁବାସ ପଣ୍ଡା, ରାୟଗଡା ଜିଲ୍ଲାର ଗୁଡାରି ବ୍ଲକ ସଂଯୋଜନ- ଗୌରୀ ଶଙ୍କର ମିଶ୍ର, ରାୟଗଡା ଜିଲ୍ଲା ସଂଯୋଜକ ବିଶିଷ୍ଟ ସାମ୍ବାଦିକ – ରାଧାକୃଷ୍ଣ ପଟ୍ଟନାୟକ, ନବରଙ୍ଗୁପର ଜିଲ୍ଲା ସମ୍ପାଦକ ଆଦିବାସୀ ନେତା ଶ୍ରୀ ଅର୍ଜୁନ ଭାତ୍ରା, କୋରାପୁରଟ ଜିଲ୍ଲା ସଂଯୋଜକ– ଶରତ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନେ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଏବଂ ଶୋକସନ୍ତପ୍ତ ପରିବାରଙ୍କୁ ସଂଗଠନ ପକ୍ଷରୁ ସମଦେବନା ଜଣାଯାଇଛି । କୋରାପୁଟ ଜିଲ୍ଲା ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ତାଙ୍କର ଅବଦାନ ନିଶ୍ଚିତ ରୂପେ ଆଗାମୀ ପିଢ଼ିପାଇଁ ମନେ ରହିବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।