Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକ୍ଟିଭ ହେଉଛି କଂଗ୍ରେସ, ଭୁବନେଶ୍ୱରରୁ ପୁରୀ ୩ ଦିନ କରିବ ସକଳ୍ପ ପଦଯାତ୍ରା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆକ୍ଟିଭ ହେଉଛି କଂଗ୍ରେସ, ଭୁବନେଶ୍ୱରରୁ ପୁରୀ ୩ ଦିନ କରିବ ସକଳ୍ପ ପଦଯାତ୍ରା

ଆକ୍ସନ ମୋଡକୁ ଆସିଲା କଂଗ୍ରେସ । ନୂଆ ସଭାପତି ପାଉ ପାଉ ଆକ୍ଟିଭ ହୋଇଛି ରାଜ୍ୟ କଂଗ୍ରେସ । ପ୍ରଥମେ ସବୁ ନିଲମ୍ବିତ ନେତାଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଆଉ ଏବେ କରିବ ୩ ଦିନିଆ ସଂକଳ୍ପ ପଦଯାତ୍ରା । ଆସନ୍ତା ୧୮ ତାରିଖରୁ କଂଗ୍ରେସ କରିବାକୁ ଯାଉଛି ୩ ଦିନିଆ ସଂକଳ୍ପ ପଦଯାତ୍ରା । ନୂଆ ପିସିସି ସଭାପତି ଭକ୍ତ ଦାସ ଭୁବନେଶ୍ବରରେ ପହଞ୍ଚିବା ପରେ ୩ଦିନ ଧରି ଚାଲିବ ପଦଯାତ୍ରା । ଭୁବନେଶ୍ବର ବିମାନ ବନ୍ଦରରୁ ପୁରୀ ଯିବେ ଭକ୍ତ ଆଣ୍ଡ ଟିମ୍ ।

ପ୍ରଥମେ ସଂକଳ୍ପ ପଦଯାତ୍ରା ଭୁବନେଶ୍ୱର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ । ଲିଙ୍ଗିପୁରରେ ମଧ୍ୟାହ୍ନ ଭୋଜନ ପରେ ସେଠାରୁ ପିପିଲି ପର୍ଯନ୍ତ ପଦଯାତ୍ରା ଚାଲିବ । ପିପିଲିରେ ରାତ୍ରିଯାପନ କରିବେ। ପିପିଲିରୁ ୧୯ ତାରିଖରେ ପୁନର୍ବାର ପଦଯାତ୍ରା ଆରମ୍ଭ ହୋଇ ତେଇଶିପୁର ପର୍ଯ୍ୟନ୍ତ ଯିବ । ସେଠାରେ ମଧ୍ୟାହ୍ନ ଭୋଜନ ପରେ ଚନ୍ଦନପୁରରେ ପଦଯାତ୍ରା ପହଞ୍ଚି ରାତ୍ରି ଯାପନ କରିବେ ।

୨୦ ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟ ମଙ୍ଗଳା ଯାଏଁ ଯିବ । ପରେ ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରିବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି । ପଦଯାତ୍ରାରେ ସ୍ଥାନ ପାଇବ ରାଜ୍ୟର ସଂସ୍କୃତି ଓ ଐତିହ୍ୟର ଝଲକ ।

ତେବେ ରାଜ୍ୟ କଂଗ୍ରେସକୁ ଏହି ସଂକଳ୍ପ ପଦଯାତ୍ରା ଜୀବଦାନ ଦେବ ବୋଲି କୁହାଯାଉଛି । ଯଦି ଏହା ଯୋଜନା ଅନୁଯାୟୀ ସଫଳ ହୁଏ ତେବେ କଂଗ୍ରେସ ପାଇଁ ଲାଭଦାୟକ ହେବ । ପୁଣି କଂଗ୍ରେସ ଉଠି ବସିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ କଂଗ୍ରେସରର ଗୋଡ଼ ଭିଡ଼ା ନୀତି ଏହାକୁ ସଫଳ କରିବାକୁ ଦେବ ନା ପୁଣି ଫ୍ଲପ୍ ମାରିବ । କାରଣ ପୂର୍ବରୁ ମଧ୍ୟ ଏଭଳି ଅନେକ ଯୋଜନା କରି ଫ୍ଲପ୍‌ ମାରିଛି କଂଗ୍ରେସ ।

ଅନ୍ୟପଟେ ଭକ୍ତ ଦାସ ପିସିସି ସଭାପତି ହେବା ପରେ ଏବେ କଂଗ୍ରେସ ଭବନ ଚଳଚଞ୍ଚଳ ଦେଖିବାକୁ ମିଳିଛି । ସେ ଆସୁ ଆସୁ ନଲମ୍ବନ ପ୍ରତ୍ୟାହାର ବିଜ୍ଞପ୍ତି ଜାରି କରିବା ପରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାଏ ଦଳକୁ ଫେରିଛନ୍ତି । ସେ କାନ୍ଦି କାନ୍ଦି କଂଗ୍ରେସ ଭବନରେ ପାଦ ରଖିଥିଲେ । ସୁରଙ୍କ ପରେ ଏବେ ଚର୍ଚ୍ଚା ହେଉଛି ପ୍ରଫୁଲ୍ଲ ମାଝି ମଧ୍ୟ ଦଳକୁ ଫେରିବେ । ଏହାସହ ଅନେକ ବରିଷ୍ଠ ନେତା କଂଗ୍ରେସ ଫେରିବାକୁ ସଜ ହେଲେଣି ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress Active, Will hold a three-day Sankalpa Padajatra from Bhubaneswar to Puri | Argus News