Bjd Congress Alliance / ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଜେଡି ମେଣ୍ଟ, ବିଜେପି କହିଲା ବିଜେଡି ସୁବିଧାବାଦୀ, ବିଜେଡି କହିଲା ଡିଲ ସାମୟିକ
·4 months ago·2 min read

Key Points
ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଜେଡି ମେଣ୍ଟ ପ୍ରସଙ୍ଗ
ତିନି ଦଳ ମୁହାଁ ମୁହିଁ ହୋଇଛନ୍ତି
ବିଜେପି କହିଲା ବିଜେଡି ସୁବିଧାବାଦୀ
ବିଜେଡି କହିଲା ଡିଲ ସାମୟିକ
ତିନି ଦଳ ମୁହାଁ ମୁହିଁ ହୋଇଛନ୍ତି
ବିଜେପି କହିଲା ବିଜେଡି ସୁବିଧାବାଦୀ
ବିଜେଡି କହିଲା ଡିଲ ସାମୟିକ
ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଜେଡି ମେଣ୍ଟ ନେଇ ତିନି ଦଳ ମୁହାଁ ମୁହିଁ ହୋଇଛନ୍ତି। ବିଜେଡି ନିଜ ସ୍ଥିତି ବଞ୍ଚେଇବାକୁ କଂଗ୍ରେସ ସହ ହାତ ମିଳେଇଛି । ଇଏ ସମୟ ସମୟର କଥା । ବିଜେଡିର ପରିସ୍ଥିତି ବର୍ତ୍ତମାନ ଭଲ ନାହିଁ । ବିଜେଡି ତଳକୁ ତଳକୁ ଯାଉଛି । ବିଜେଡିର ଡ଼ଙ୍ଗା ବୁଡୁ ଥିବାରୁ ସାହାରା ପାଇଁ କଂଗ୍ରେସର ହାତ ଧରିଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ବିଜେଡି ଗୋଟେ ସୁବିଧାବାଦୀ ଦଳ । ଯେଉଁଠି ସୁବିଧା ଦେଖନ୍ତି ତାଙ୍କ ସହ ରୁହନ୍ତି । ଦୁଇ ଦଳ ଯାକ ଯେତେ ଏକାଠି ହେଲେ ବି ଦୁଇ ଜଣଙ୍କ ଆଦର୍ଶ ଓ ବିଚାରଧାରା କେବେ ବି ଏକ ହୋଇ ପାରିବ ନାହିଁ। ରାଜ୍ୟସଭାରେ ବିଜେପି ଜିତିଛି ଏବଂ ଜିତିବ ବୋଲି ପ୍ରଦୀପ ବଳସାମନ୍ତ କହିଛନ୍ତି।
ବିଜେଡିର ରାଜ୍ୟସଭା ପ୍ରାର୍ଥି ସଂତୃପ୍ତ ମିଶ୍ର କହିଲେ ଏହି ଡିଲ୍ ସାମୟିକ। କେବଳ ରାଜ୍ୟସଭା ନିର୍ବାଚନ ପାଇଁ ଏହି ଡିଲ୍ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥି ଚୟନ କଲେ, କଂଗ୍ରେସ ସମର୍ଥନ କଲା। କଂଗ୍ରେସ ଏକାକି ପ୍ରାର୍ଥି ଦେଇଥିଲେ ସେମାନେ ରାଜ୍ୟସଭା ପଠାଇ ପାରି ନଥାନ୍ତେ। ଆମର ଭୋଟ ବଞ୍ଚୁଥିବାରୁ ପ୍ରାର୍ଥି ଦେବାକୁ ଉଭୟ ଦଳ ନିଷ୍ପତ୍ତି ନେଲେ ବେଲି କହିଛନ୍ତିି ସଂତୃପ୍ତ ମିଶ୍ର।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ବି ନିଜ ପ୍ରତିକ୍ରିୟା ଦେଇଛନ୍ତି। ସବୁ ଦଳରେ ସୁବିଧା ଅନୁସାରେ ହୁଏ ସମୀକରଣ। ଏବେ ଆବଶ୍ୟକ ଅନୁସାରେ ହୋଇଛି ବିଜେଡି- କଂଗ୍ରେସ ସମୀକରଣ। ପୂର୍ବରୁ ବିଜେପିର ବଳ ନଥିଲା, ଏବେ ବିଜେପିର ବଳ ବଢ଼ିଛି। ରାଜନୈତିକ ଆବଶ୍ୟକତା ଦୃଷ୍ଟିରୁ ବିଜେଡି କଂଗ୍ରେସ ଏକ ହୋଇଛନ୍ତି। ଅତୀତରେ ଘୋଡ଼ା ବେପାର ହୋଇଛି, ଏବେ ହୋଇନପାରେ।। କଂଗ୍ରେସ ଭୋଟ୍ ନ ଭାଙ୍ଗି ପାରେ, ବିଜେଡିର ଭାଙ୍ଗିପାରେ। ବିଜେଡି ଭିତରେ ଅଧିକ ଅସନ୍ତୋଷ ଅଛି। କଂଗ୍ରେସ-ବିଜେଡି ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ ଅଛି। ଟଙ୍କା ଖେଳ ହେଲେ କିଛି ବଦଳିପାରେ। ଟଙ୍କା ପାଇଁ ସମସ୍ତଙ୍କର ଲୋଭ ଅଛି, ତେଣୁ କିଛି ବି ହୋଇପାରେ।
ରାଜ୍ୟ ରାଜନୀତିରେ ଗତକାଲି ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମାତ୍ର ଗୋଟିଏ ରାଜ୍ୟସଭା ଆସନ ପାଇଁ ଦୀର୍ଘବର୍ଷର ବିଚାରଗତ ଲଢେଇକୁ ପଛରେ ପକାଇ ଭକ୍ତଙ୍କ ହାତରେ ହାତ ମିଶାଇଛନ୍ତି ନବୀନ। କ୍ଷମତା ଗଲା ପରେ ନବୀନ ଭୁଲି ଗଲେ ସମଦୂରତା ନୀତି। ରାଜ୍ୟସଭା ପାଇଁ ଏକାଠି ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ । ଗତ ୨୫ ବର୍ଷ ଧରି ଯାହା କେବେ ଦେଖାନଥିଲା କି ଚିନ୍ତା ବି କରାଯାଇ ନଥିଲା ଆଜି ସେ ଦୃଶ୍ୟକୁ ସମସ୍ତେ ଦେଖିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories