Videos
|
Odisha

ଟ୍ୱିନ୍ ସିଟିରେ ବନ୍ଦର ପ୍ରଭାବ, ବସ ଚଳାଚଳ ବନ୍ଦ

Smruti Parija
Browse all articles by Smruti Parija
·1 year ago·1 min read
ଟ୍ୱିନ୍ ସିଟିରେ ବନ୍ଦର ପ୍ରଭାବ, ବସ ଚଳାଚଳ ବନ୍ଦ

Key Points

କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ସକାଳ ୬ଟାରୁ ସନ୍ଧ୍ୟା ୬ଟା ସବୁ ବନ୍ଦ

ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ

ଆଜି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା। ଆନ୍ଦୋଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଆଜି ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ । 


ଟ୍ୱିନି ସିଟିରେ ପଡିଛି ବନ୍ଦର ପ୍ରଭାବ । ବସ ଚଳା ଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଆଜି ବନ୍ଦ ଡାକରାକୁ ଦେଖି ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ସତର୍କ କରାଇଛନ୍ତି ସରକାର। ଶିକ୍ଷାନୁଷ୍ଠାନ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରିପାରନ୍ତି। ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିପାରନ୍ତି। ଏନେଇ ଯେ କୌଣସି ଅପ୍ରୀତିକର ସ୍ଥିତି ଏଡ଼ାଇବାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ସେବାରେ ଯେପରି ବାଧା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି। ଏହାସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ବନ୍ଦ, ସନ୍ଧ୍ୟା ୬ ବନ୍ଦ ରହିବ । ପରେ ଖୋଲିବ । ରାଜ୍ୟରେ ୩ ଡିପୋ ସହ ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ । ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ।

congress-calls-for-bandh-in-odisha-everything-will-be-shut-down-from-6-am-to-6-pm | Argus News