Videos
|
Odisha

କଂଗ୍ରେସ ଓଡ଼ିଶା ବନ୍ଦ ଡକରା ,ସମ୍ବଲପୁରରେ ନାହିଁ କୌଣସି ପ୍ରଭାବ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
କଂଗ୍ରେସ ଓଡ଼ିଶା ବନ୍ଦ ଡକରା ,ସମ୍ବଲପୁରରେ ନାହିଁ କୌଣସି ପ୍ରଭାବ

Key Points

ସମ୍ବଲପୁରରେ ଓଡ଼ିଶା ବନ୍ଦର ପ୍ରଭାବ ଶୂନ
କ୍ଷେତରାଜପୁର ରେଳ ଷ୍ଟେସନରେ କିଛି ରେଳ ରୋକ କରିଥିଲେ କଂଗ୍ରେସ କର୍ମୀ
ଟ୍ରେନ୍ ଓ ଗାଡି ଚଳାଚଳ ସ୍ଵାଭାବିକ

ସମ୍ବଲପୁରରେ ଓଡ଼ିଶା ବନ୍ଦର ପ୍ରଭାବ ଶୂନ । କଂଗ୍ରେସ ଓଡ଼ିଶା ବନ୍ଦ ଡକରା ଦେଇଥିବାବେଳେ ସମ୍ବଲପୁରରେ ପ୍ରଭାବ ଦେଖିବାକୁ ମିଳି ନାହିଁ । ସକାଳେ କ୍ଷେତରାଜପୁର ରେଳ ଷ୍ଟେସନରେ ପହଞ୍ଚି କିଛି ସମୟ ରେଳ ଅଟକ ପରେ ଛାଡି ଦେଇଥିଲେ କଂଗ୍ରେସ କର୍ମୀ । ଏବେ ଟ୍ରେନ ଚଳାଚଳ ସ୍ଵାଭାବିକ ରହିଛି । ସେହିପରି ସହରରେ ସକାଳୁ ସକାଳୁ ବିଭିନ୍ନ ଦୋକାନ ଓ ଡେଲି ମାର୍କେଟ ଖୋଲା ରହିଛି । ଗାଡି ଚଳାଚଳ ମଧ୍ୟ ସ୍ବଭାବିକ ରହିଥିବା ଦେଖିବାକୁ ମିଳିଛି ।


ଟ୍ୱିନି ସିଟିରେ ପଡିଛି ବନ୍ଦର ପ୍ରଭାବ । ବସ ଚଳା ଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ବନ୍ଦ ଡାକରାକୁ ଦେଖି ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ସତର୍କ କରାଇଛନ୍ତି ସରକାର। ଶିକ୍ଷାନୁଷ୍ଠାନ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରିପାରନ୍ତି। ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିପାରନ୍ତି। ଏନେଇ ଯେ କୌଣସି ଅପ୍ରୀତିକର ସ୍ଥିତି ଏଡ଼ାଇବାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ସେବାରେ ଯେପରି ବାଧା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି। ଏହାସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସନ୍ଧ୍ୟା ୬ ବନ୍ଦ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Congress calls odisha bandh, no impact in sambalpur | Argus News