Videos
|
Odisha

Congress Infighting / କିଏ ସମ୍ଭାଳିବ କଟକ କଂଗ୍ରେସ ଗଡ଼ ? କଟକ ପାଇଁ ପିସିସି ସଭାପତିଙ୍କୁ ଘାରିଛି ଚିନ୍ତା

Bikash Mohanty
Browse all articles by Bikash Mohanty
·7 months ago·2 min read
କିଏ ସମ୍ଭାଳିବ କଟକ କଂଗ୍ରେସ ଗଡ଼ ? କଟକ ପାଇଁ ପିସିସି ସଭାପତିଙ୍କୁ ଘାରିଛି ଚିନ୍ତା
Congress

Key Points

କଂଗ୍ରେସ ପାଇଁ କଟକ ଅଡୁଆ
ମୋକିମ ଙ୍କ ବିକଳ୍ପ ତିଆରି ପାଇଁ ଚାଲିଛି କସରତ
ବିଶ୍ୱଜିତ ଙ୍କୁ କଟକ ଦାୟିତ୍ୱ ନେଇ ଭକ୍ତ ଙ୍କ ଇସାରା
ମିଶ୍ରଣ ପର୍ବ ରେ ସୋଫିଆ ଙ୍କ ଅନୁପସ୍ଥିତ ବଢ଼ାଇଲା ଚର୍ଚ୍ଚା
କଂଗ୍ରେସ ପାଇଁ କଟକ ଅଡୁଆ। ମୋକିମ ଙ୍କ ବିକଳ୍ପ ତିଆରି ପାଇଁ ଚାଲିଛି କସରତ । ବିଶ୍ୱଜିତଙ୍କୁ କଟକ ଦାୟିତ୍ୱ ନେଇ ଭକ୍ତ ଙ୍କ ଇସାରା । ମିଶ୍ରଣ ପର୍ବ ରେ ସୋଫିଆ ଙ୍କ ଅନୁପସ୍ଥିତ ବଢ଼ାଇଲା ଚର୍ଚ୍ଚା ।

କିଏ ସମ୍ଭାଳିବ କଟକ କଂଗ୍ରେସ ଗଡ଼ ? ମୋକିମ ଙ୍କୁ ଚଖମା ଦେଇ କିଏ ନେବ ଦଳ ର ନେତୃତ୍ୱ? କଟକ ପାଇଁ ପିସିସି ସଭାପତିଙ୍କୁ ଏଭଳି କିଛି ଚିନ୍ତା ଘାରିଥିବା ବେଳେ ଜଣେ ନବଗତ ଚେହେରା ଉପର ଭରଷା କରିଛନ୍ତି ଭକ୍ତ। କିଛି ଦିନ ତଳେ ବିଜେଡି ଛାଡି କଂଗ୍ରେସରେ ସାମିଲ ହେଇଛନ୍ତି କଟକର ଯୁବ ନେତା ବିଶ୍ୱଜିତ ମହାନ୍ତି। ନିଜ ସମର୍ଥକଙ୍କ ସହ କଂଗ୍ରେସ ଭବନ ଆସି ପିସିସି ସଭାପତି ଭକ୍ତ ଦାସ ଙ୍କ ଉପସ୍ଥିତି ରେ ଦଳ ରେ ସାମିଲ ହୋଇଥିଲେ। କଟକ ସହର ଓ କଂଗ୍ରେସ ପାଇଁ ବଡ଼ ଭୂମିକା ବିଶ୍ୱଜିତ ତୁଲାଇବେ କହି କଟକ ନେତୃତ୍ୱ ନେଇ ଇସାରା ଦେଇଛନ୍ତି ପିସିସି ଭକ୍ତ ଦାସ।

ସେପଟେ କିନ୍ତୁ ରାଜ୍ୟ କଂଗ୍ରେସ ଓ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷଙ୍କ ଭିତରେ ସବୁ କିଛି ଠିକ ଚାଲି ନ ଥିବା ବାରି ହୋଇପଡୁଛି। କାରଣ ବିଶ୍ୱଜିତ ଙ୍କ ମିଶ୍ରଣ ପର୍ବରେ ସେ ଅଂଚଳର ବିଧାୟିକା ହୋଇ ବି ଉପସ୍ଥିତ ନ ଥିଲେ ସୋଫିଆ। ତେବେ ମିଶ୍ରଣ ପର୍ବକୁ ସୋଫିଆଙ୍କୁ ଡକାଯାଇ ନଥିବା ସେ କହିଛନ୍ତି ।

ନୂଆ ଦଳ ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିବା ପରେ କଂଗ୍ରେସ ର ଅନେକ ନେତା ମୋକିମ ଙ୍କ ସହ ଯୋଗାଯୋଗ ରେ ଅଛନ୍ତି। ମୋକିମଙ୍କ ମହିଳା ସମାବେଶରେ ଝିଅ ସୋଫିଆ ଫିର୍ଦୋଷ ଓ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ସହ କଂଗ୍ରେସର 3 ମହିଳା କଂଗ୍ରେସ କର୍ପୋରେଟର ଙ୍କ ଉପସ୍ଥିତି ଚର୍ଚ୍ଚା ବଢ଼ାଇଥିଲା। ଏଭଳି ସ୍ଥିତି ରେ କଟକ ରେ କଂଗ୍ରେସ ଆଗକୁ ବଢିବ ନା ଭାଙ୍ଗି ମୋକିମ ସହ ଯୋଡି ହୋଇଯିବ ତାହା ଦେଖିବାକୁ ଅପେକ୍ଷା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଖନ୍ତୁ ଏହି ଖବର: ଗଞ୍ଜେଇ ଧରପଗଡ଼ରେ ଓଡ଼ିଶା ନମ୍ବର- ୧, ୫ ବର୍ଷରେ ଧରା ପଡ଼ିଛି ୧୦ ଲକ୍ଷ କେଜି ଗଞ୍ଜେଇ

ସେପଟେ ଗତ ଡିସେମ୍ବରରେ କଂଗ୍ରେସକୁ ବହିସ୍କାର ହୋଇଥିଲା ବାରବାଟି -କଟକର ପୁର୍ବତନ ବିଧାୟକ ମହମ୍ମଦ ମୋକିମ। ଦଳ ଗଠନ ପୂର୍ବରୁ ମୋକିମ ଦେଇଛନ୍ତି ବଡ଼ ବୟାନ। କହିଲେ ତାଙ୍କ ସହ ଯୋଗା ଯୋଗରେ ଅଛନ୍ତି ବିଜେଡି ଓ କଂଗ୍ରେସର କିଛି ନେତା ଠିକ ସମୟରେ ଦଳରେ ସାମିଲ ହେଲେ ସେମାନେ କିଏ ଜାଣି ପାରିବେ ବୋଲି କହିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ। ଏହା ସହ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ରେ ଦଳ ଦେବ ପ୍ରାର୍ଥୀ ବିଭିନ୍ନ ଜିଲ୍ଲା ରୁ ଚାଷୀ ନେତା ଙ୍କୁ ଡାକି ଆଜି ସମାବେଶ କରିଥିଲେ ମୋକିମ ନୂଆ ଦଳରେ ଚାଷୀ ଙ୍କୁ ସାମିଲ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିବା ସହ ଦଳ ଚାଷୀ ସମଷ୍ୟା ନେଇ ଆଗକୁ ଲଢେଇ କରିବ ବୋଲି କହିଛନ୍ତି ମୋକିମ। ସେପଟେ ଦଳ ର ନା ନେଇ ନିର୍ବାଚନ କମିଶନ କୁ ସମସ୍ତ ତଥ୍ୟ ପଠା ଯାଇଥିବା ବେଳେ ସେଠାରୁ ଅନୁମୋଦନ ପରେ ମାର୍ଚ୍ଚ ଶେଷ ସପ୍ତାହ ରେ ପୂର୍ଣାଙ୍ଗ ଦଳ ଗଠନ ହେବ ବୋଲି କହିଛନ୍ତି ମୋକିମ।