Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଂଗ୍ରେସ କଳି ଶେଷ କେବେ?

Odisha

କଂଗ୍ରେସ କଳି ଶେଷ କେବେ?

Sangram Tripathy
Browse all articles by Sangram Tripathy
·1 year ago·2 min read
କଂଗ୍ରେସ କଳି ଶେଷ କେବେ?

ଅର୍ଗସ ବ୍ୟୁରୋ:ନିର୍ବାଚନ ପରେ ବଢୁଛି ହାତ କଳି,ସ୍ଥିତି ଏମିତି ହୋଇଛି ଯେ କ୍ଷମତା ପାଇଁ ଦଳର କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି। ନିର୍ବାଚନ ପରେ ମଧ୍ୟ ଦଳର ନେତା ଛାଡୁଛନ୍ତି । ଆଉ ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସରେ ତାରା ବୋମା। ଦଳର ଭିତିର ଗୁମର ଖୋଲି କଂଗ୍ରେସ କେଁକୁ ପଦାରେ ପକାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।  ତାରା କହିଛନ୍ତି  ଦଳ ଭିତରେ ନେତା ନେତା ଭିତରେ ଗୋଡ ଟଣା ଟଣି ସରୁନି ।  କାହା ସହ କାହାର ପଡୁନି । ଏପରିକି ଦଳର ସ୍ଥିତି ଦେଖି ଆମ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି । ଦଳ ରେ ବିଭାଜନ ସୃଷ୍ଟି ହେଉଛି । ଦଳୀୟ ସ୍ବାର୍ଥ ବଦଳରେ ନିଜସ୍ବ ସ୍ବାର୍ଥ ପାଇଁ ଚେଷ୍ଟା ଚାଲିଛି । ଯାହାକୁ ଦେଖି କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି ବୋଲି ତାରା କହିଛନ୍ତି । ଏପରିକି ବିଜେପି ବିଜେଡି ସହ କିଛି କଂଗ୍ରେସ ନେତା ବି ମତେ ବିରୋଧ କରୁଥିବା କହିଛନ୍ତି ତାରା । 

 

ନିର୍ବାଚନ ପରେ ରାଜ୍ୟ କଂଗ୍ରେସ ର ସମସ୍ତ କମିଟି କୁ ଏଆଇସିସି ଭଙ୍ଗ କରିଥିବା ବେଳେ କିଛି ଦିନ ହେବ ବିନା ମଙ୍ଗୁଆଳରେ ଚାଲିଛି ଦଳ। ବଡ କଥା ହେଉଛି ଦଳୀୟ ବ୍ୟାପାର ମ୍ୟାନେଜ ପାଇଁ ଯେଉଁ ଷ୍ଟିୟରିଂ କମିଟି ଗଠନ କରାଗଲା ସେଥିରେ ତାରା , ନିରଞ୍ଜନ କି ଶରତଙ୍କ ନା ରହିଲା ନାହିଁ । ନେତାଙ୍କ ତୁଣ୍ଡକୁ ବନ୍ଦ କରିବାକୁ ଏଆଇସିସି ରୁ ଫତଓ୍ବା ଜାରି ହେଲା । ତେବେ ତାରା ଙ୍କ ମତ ଭୁଲ ବୋଲି କହିବା ସହ ଦଳରେ ସମସ୍ତେ ଏକାଠି ଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା।ଅନ୍ୟପଟେ ଜୟଦେବ ଯେତେ ପେଜ ପକାଇଲେ ମଧ୍ୟ ହାତ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। ସେପଟେ କିଛି ଦିନ ପୂର୍ବରୁ କଂଗ୍ରସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ  କହିଥିଲେ କଂଗ୍ରେସ ଦଳରେ ମୋର କୌଣସି ପ୍ରେଷ୍ଟିଜ ନାହିଁ,ସେଥିପାଇଁ ଦଳ ଛାଡିଲି ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ,ଏବଂ ଅର୍ଗସକୁ ଦେଇଥିବା ସାକ୍ଷାତକାରରେ ଦଳର ପରାଜୟର କାରଣ ମଧ୍ୟ କହିଥିଲେ ବିଜୟ ପଟ୍ଟନାୟକ ।  

ଅନ୍ୟପଟେ କଂଗ୍ରେସରେ ନେତାଙ୍କ କଳି ଦିନକୁ ଦିନ ବଢିଚାଲିଥିବାବେଳେ କିଏ ହେବ ହାତ ନେତାଙ୍କ ରାଜ୍ୟ ମଙ୍ଗୁଆଳ,ତାର ଏଯାଏ ନିଷ୍ପର୍ତ୍ତି ହୋଇ ପାରୁନି,ଆରମ୍ଭରୁ ବିଧାୟକ ଦଳ ମଧ୍ୟରେ ଫାଟ ଥିବା ବେଳେ ପିସିସି ସଭାପତି ପାଇଁ ନେତାଙ୍କ ଭିତରେ ଲବି ଆରମ୍ଭ ହୋଇ ଗଲାଣି । ଏଭଳି ସ୍ଥିତିରେ ନେତାଙ୍କୁ ଏକାଠି କରିବାକୁ କେଇଁ ଫର୍ମୁଲା ଆପଣାଉଛି ଏଆଇସିସି,କେବେ ଏକାଠି ହେଉଛନ୍ତି ହାତ ନେତା,କାହା ଉପରେ ଭରସା କରିବ ସୁପ୍ରିମୋ,କିଏ ହେବ କଂଗ୍ରେସର ରାଜ୍ୟ ମୁଖିଆ,ବଦଳିଲେ ମୁଖିଆ ବଦଳିବ ତ କଂଗ୍ରେସର ଭାଗ୍ୟ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress fight when last? | Argus News