କଂଗ୍ରେସରେ ପ୍ରେଷ୍ଟିଜ ନାହିଁ:ବିଜୟ ପଟ୍ଟନାୟକ

ଅର୍ଗସ ବ୍ୟୁରୋ:କଂଗ୍ରେସକୁ ପଡିଛି ଶନିଦଶା। କେବଳ ନିର୍ବାଚନ ସମୟରେ ଦଳର ନେତା ଦଳ ଛାଡୁନାହାନ୍ତି,ବରଂ ନିର୍ବାଚନ ପରେ ମଧ୍ୟ ଅର୍ଥାତ ଅବେଳରେ କଂଗ୍ରେସ ଛାଡିଛନ୍ତି ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକ। ଯେଉଁ ସମୟରେ ଦଳକୁ ସଙ୍ଗଠିତକରିବା କଥା ମାତ୍ର ସେ ସମୟରେ ବିଜୟ ହାତ ଛାଡିବା ଦଳକୁ ଶକ୍ତ ଝଟକା ଲାଗିଛି। ସେ ପ୍ରତିକ୍ରିୟାରେ କହିଛନ୍ତି କଂଗ୍ରେସ ଦଳରେ ମୋର କୌଣସି ପ୍ରେଷ୍ଟିଜ ନାହିଁ,ସେଥିପାଇଁ ଦଳ ଛାଡିଲି,କିନ୍ତୁ ଆଗକୁ କେଉଁ ଆଡେ ଯିବେ ବିଜୟ,ସେନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ,କହିଛନ୍ତି ଅନ୍ୟଦଳକୁ ଯିବାର ନାହିଁ, ଲୋକଙ୍କ ସେବା ଜାରି ରହିବ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମେଲ୍ ମାଧ୍ୟମରେ ବିଜୟ ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇଛନ୍ତି।୨୦୨୩ ମସିହା ଫେବ୍ରୁଆରୀ ୧୦ ତାରିଖରେ କଂଗ୍ରେସରେ ଯୋଗଦେଇଥିଲେ
୨୦୨୪ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ମିଳିଥିଲା ପରେ ତାଙ୍କୁ ସେ ପଦରୁ ହଟାଇଦିଆଯାଇଥିଲା।୧୯୭୬ ବ୍ୟାଚର ଆଇଏସ ଅଧିକାରୀ ଥିଲେ ବିଜୟ ପଟ୍ଟନାୟକ,୨୦୧୦ରୁ ୨୦୧୩ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ରହିଥିଲେ । ଶରତଙ୍କ ନେତୃତ୍ବରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ଲଢିଥିଲା,୧୪ ବିଧାୟକ,ମାତ୍ର ଗୋଟିଏ ଏମପି ସିଟ୍ ଜିତିବାରେ ସଫଳ ହୋଇଥିଲା ହାତ,କିନ୍ତୁ ନିଜେ ଶରତ ଜିତିପାରିନଥିଲେ ନିର୍ବାଚନ। କଂଗ୍ରେସର ଆସନ ସଂଖ୍ୟ ୯ରୁ ବଢି ୧୪ରେ ପହଞ୍ଜି ଥିଲେ ମଧ୍ୟ କଂଗ୍ରେସର ଭାଗ୍ୟ ବଦଳୁ ନାହିଁ,ବରଂ ଦଳ ଆଗକୁ ବଢିବା ବଦଳରେ ଦଳର ଶକ୍ତି କମୁଛି।
ସାଧାରଣ ନିର୍ବାଚନ ପରେ କଂଗ୍ରେସର ବିପର୍ଯ୍ୟୟ ଦେଖି ,ଓଡିଶା କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିଲା । ଏହାପରେ ଗତ ଦିନେ କଂଗ୍ରେସ ନିଜର ଷ୍ଟିୟରିଂ କମିଟି ଗଠନ କରିଥିଲା । ହେଲେ ଏହି ଷ୍ଟିୟରିଂ କମିଟିରେ ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ଷ୍ଟିୟରିଂ କମିଟିରୁ ବାଦ୍ ଦିଆଯାଇଥିଲା । ଏବେ ସାଧାରଣରେ ପ୍ରଶ୍ନ ଦଳର ସୁପ୍ରିମୋ ବିଜୟଙ୍କୁ ବୁଝାଇବାରେ ହେଲେ ଅସଫଳ,କମିଲା ହାତ ବଳ। କେବେ ଏକାଠି ହେବେ ହାତ ନେତାଏ,ଦଳ ମଧ୍ୟରୁ କେବେ ଦୂର ହେବ ଗୋଷ୍ଠୀ କନ୍ଦଳ

