ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି- ଖଡଗେ
·1 year ago

Key Points
ଗୋଷ୍ଠୀ କନ୍ଦଳ ପାଇଁ ଖପ୍ପା ହାଇକମାଣ୍ଡ
ଏକାଠି ରହିବା ଉପରେ ଗୁରୁତ୍ବଦେଲେ ରାହୁଲ ଓ ଗଡଗେ
ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି- ଖଡଗେ
ଉପକୂଳ ଓଡ଼ିଶା ଉପରେ ଫୋକସ କରିବାକୁ ରାହୁଲଙ୍କ ପରାମର୍ଶ
ଗୋଷ୍ଠୀ କନ୍ଦଳ ଯୋଗୁଁ ଖପ୍ପା ହାଇକମାଣ୍ଡ। ପିଏସି ବୈଠକରେ ଏକାଠି ରହିବା ଉପରେ ଗୁରୁତ୍ୱ ଦେଲେ କଂଗ୍ରେସ ଶୀର୍ଷ ନେତୃତ୍ୱ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ। ଖଡ଼ଗେ କହିଲେ ଦିଲ୍ଲୀରେ ସବୁବେଳେ ଶୁଣୁଛୁ ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି। ତେଣୁ ଏକାଠି ହେବାକୁ ପଡିବ। ଯେଉଁ ପର୍ଯ୍ୟନ୍ତ ନେତାମାନେ ଏକାଠି ହେବେନି ଦଳ ରି-ଭାଇଵ୍ କରିପାରିବନି। ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ସମସ୍ତଙ୍କ ମତ ଯାହା ଥାଉ ସମସ୍ତେ ମିଶିକି କାମ କର। ଏହାସହ ଉପକୂଳ ଓଡିଶା ଉପରେ ଫୋକସ କରିବାକୁ ରାହୁଲ ପରାମର୍ଶ ଦେଇଛନ୍ତି। ବୈଠକରେ ସମସ୍ତେ ଏକାଠି ହେଲେ ଦଳ ସୁଦୃଢ ହେଵ ବୋଲି ମତ ରଖିଥିବା କହିଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: