Videos
|
Odisha

ନୀରିହଙ୍କୁ ପିଟିଲେ, ମେଡିକାଲ ଯାଉଥିବା ଲୋକଙ୍କୁ ଅଟାକାଇଲେ.. ସାମ୍ବାଦିକଙ୍କୁ ଧମକେଇଲେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ନୀରିହଙ୍କୁ ପିଟିଲେ, ମେଡିକାଲ ଯାଉଥିବା ଲୋକଙ୍କୁ ଅଟାକାଇଲେ.. ସାମ୍ବାଦିକଙ୍କୁ ଧମକେଇଲେ

Key Points

ବନ୍ଦ ନାଁରେ ସେତେବେଳେ ସୀମା ଟପିଲେ କଂଗ୍ରେସ କର୍ମୀ ଯେତେବେଳେ ରାସ୍ତାରେ ଯାଉଥିବା ରୋଗୀଙ୍କୁ ବି ଅଟକାଇଲେ ।

ବନ୍ଦ ନାଁରେ କଂଗ୍ରେସ ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ରାସ୍ତାରେ ଲୋକଙ୍କ ସହ ଧସ୍ତାଧସ୍ତି । ଚିକିତ୍ସା ପାଇଁ ଯାଉଥିବା ଡାକ୍ତର ଓ ରୋଗୀଙ୍କୁ ବି ଛାଡ଼ିଲେନି ବାଟ । ଫିଙ୍ଗିଦେଲେ ଗରିବ ଜଳଖିଆ ଦୋକାନୀର ଖାଦ୍ୟ । ବସଷ୍ଟାଣ୍ଡରୁ ରେଳଷ୍ଟେସନ ଓ ଏୟାରପୋର୍ଟ ସବୁଠି ହନ୍ତସନ୍ତ ହଜାର ହଜାର ଲୋକ । ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବନ୍ଦ ଡାକରା ଦେଇ ଆଜି ସାରା ରାଜ୍ୟରେ ଗୁଣ୍ଡାଗିରି କରିଛନ୍ତି କଂଗ୍ରେସ ନେତା ଓ କର୍ମୀ। ରାଜଧାନୀ ଭୁବନେଶ୍ବରରେ ଅତି ଜରୁରୀ କାମରେ ଯାଉଥିବା ଲୋକଙ୍କୁ ରାସ୍ତାରେ ଅଟକାଇ ହଇରାଣ କଲେ, କାହାର ଗାଡ଼ି ଚାବି ଛଡ଼ାଇ ନେଲେ ତ କାହାକୁ ଅଶ୍ରାବ୍ୟ ଭାଷାରେ କଲେ ଗାଳି ଗୁଲଜ।

ବନ୍ଦ ନାଁରେ ସେତେବେଳେ ସୀମା ଟପିଲେ କଂଗ୍ରେସ କର୍ମୀ ଯେତେବେଳେ ରାସ୍ତାରେ ଯାଉଥିବା ରୋଗୀଙ୍କୁ ବି ଅଟକାଇଲେ । ଚିକିତ୍ସା ପାଇଁ ବାହାର ରାଜ୍ୟରୁ ଆସିଥିଲେ କର୍କଟ ରୋଗୀ । ତାଙ୍କୁ ଯିବାକୁ ଦେଲେ ନାହିଁ। କଂଗ୍ରେସ କର୍ମୀଙ୍କ ଦୌରାତ୍ମ୍ୟରେ ହନ୍ତସନ୍ତ ହେଲେ ଡାକ୍ତରଙ୍କଠାରୁ ନେଇ ଆଇନଜୀବୀ । ICMRର ମହିଳା ଡାକ୍ତର କଟକ SCB ମେଡିକାଲରେ ସମ୍ପର୍କୀୟଙ୍କୁ ଭେଟିବାକୁ ଯିବାବେଳେ ଅଟକାଇଲେ କଂଗ୍ରେସ କର୍ମୀ। ଯିବା ପାଇଁ ଯେତେ ନେହୁରା ହେଲେ ବି ଶୁଣିଲେନି କେହି।

ସେହିପରି କଂଗ୍ରେସର କର୍ମୀଙ୍କୁ ଅନୁରୋଧ କରୁଥିଲେ ଜଣେ ଆଇନଜୀବୀ, ସ୍ତ୍ରୀ ବେଡ୍‌ରେ ପଡିଛି, ମାକୁ ଦେଖିବାକୁ ପୁଅ ଦୁବାଇରୁ ଆସିଛି । କିନ୍ତୁ ତାଙ୍କୁ ରାସ୍ତାରେ ଅଟକାଇ ରଖିଲେ । ସ୍କୁଲକୁ ଯିବା ବେଳେ ଶିକ୍ଷକଙ୍କୁ ଛାଡିଲେନି କଂଗ୍ରେସ କର୍ମୀ। ଏଥିପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଶିକ୍ଷକ।

ସେପଟେ ବିହାରରୁ ପୁଅର ଆଡମିଶନ ପାଇଁ ଆସିଥିବା ଲୋକେ ହେଲେ ସମସ୍ୟାର ସମ୍ମୁଖୀନ। ଆଉ ବନ୍ଦରେ ଫସିଲେ ଫ୍ଲାଇଟ କ୍ରୁ ମେମ୍ବର, ଫ୍ଲାଇଟ ଟାଇମ୍ ହୋଇଯାଉଥିବେଳେ ଛାଡ଼ିବା ପାଇଁ କରୁଥିଲେ ଅନୁରୋଧ । ସେପଟେ କଳ୍ପନା ଛକରେ ଗଣମାଧ୍ୟମ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା କରିବାକୁ ପଛାଇଲେ ନାହିଁ କଂଗ୍ରେସ କର୍ମୀ । ଗରିବ ଜଳଖିଆ ଦୋକାନୀଙ୍କୁ ବି ଛାଡ଼ିଲେନି । ଦୋକାନରେ ପଶି ସେ ବିକ୍ରି ପାଇଁ ପ୍ରସ୍ତୁତ କରିଥିବା ଖାଦ୍ୟ ସାମଗ୍ରୀ ଫିଙ୍ଗିଦେଲେ।

ବିଭିନ୍ନ ଛକ ଓ ବଜାର, ରାସ୍ତାରୁ ନେଇ ବସଷ୍ଟାଣ୍ଡ, ରେଳ ଷ୍ଟେସନ ସବୁଠି ଲୋକଙ୍କୁ ହଇରାଣ କରିଛନ୍ତି କଂଗ୍ରେସ କର୍ମୀ। ଗୋଟିଏ ପଟେ ନିରୀହ ଲୋକଙ୍କ ଉପରେ ଜୁଲମ, ଅନ୍ୟପଟେ ନିଜ ଚେହେରା ଢାଙ୍କିବାକୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲୋକଙ୍କୁ ଫୁଲ ଓ ଚକୋଲେଟ ବାଣ୍ଟୁଥିଲେ କଂଗ୍ରେସ କର୍ମୀ।

ସେପଟେ କଟକରେ ମଧ୍ୟ ପଡିଛି କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ। ଅଖ ଚକ ବନ୍ଦ ଯୋଗୁଁ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ ଦୂରଦୁରାନ୍ତରୁ ଆସିଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ କେବଳ ଜରୁରୀକାଳିନ ସେବା ଓ ନିୟୋଜିତ ଗାଡ଼ି ଚଳାଚଳ କରିଥିଲା। ଲିଂକରୋଡ଼, ବାଦାମବାଡ଼ି, ରାଣୀହାଟ, ଦୋଳମୁଣ୍ଡେଇ, ଏନଏଚ ୧୬ ଶିଖରପୁର ଆଦି ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରିଥିଲେ ।

ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ଓ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଏକାଠି ହୋଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Congress Karmi beat up innocent people, threatened journalists. | Argus News