Videos
|
Odisha

କଂଗ୍ରେସ ବିଧାୟକ ପ୍ରାଥୀ ନିରଞ୍ଜନ ପଟନାୟକଙ୍କ ସୋ ରୁମ ରେଡ୍

Rashmita Mishra
Browse all articles by Rashmita Mishra
·2 years ago·1 min read
କଂଗ୍ରେସ ବିଧାୟକ ପ୍ରାଥୀ ନିରଞ୍ଜନ ପଟନାୟକଙ୍କ ସୋ ରୁମ ରେଡ୍

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାଥୀ ନିରଞ୍ଜନ ପଟନାୟକଙ୍କ ସୋ ରୁମରେ ଫ୍ଲାଇଙ୍ଗ ସ୍କୱାର୍ଡ ଓ ଇନକମ ଟେକ୍ସ ତରଫରୁ ଚଢ଼ାଉ ଚାଲିଥିବା ବେଳେ ବିଜେଡ଼ି ଦଳର କିଛି ଗୁଣ୍ଡା ମାନେ ଯାଇ ହେକଲିଙ୍ଗ କରୁଥିବା ନେଇ ଅଭିଯୋଗ କରିଛି କଂଗ୍ରେସ ଦଳ।ଏନେଇ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେହିପରି ସନ୍ଧ୍ୟାରେ ନିର୍ବାଚନ କମିଶନରୁ କିଛି ଅଧିକାରୀ ମାନେ ଚେକିଂ କରିବାକୁ ଆସିଥିବା ବେଳେ  ତାଙ୍କ ସହିତ ବିଜେଡି ର କିଛି କର୍ମୀ କିଭଳି ଆସିଲେ ଓ କାହିଁକି ଆସିଲେ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ  ଦଳର ଯୁବ ନେତା ନବଜ୍ୟୋତି ପଟନାୟକ. ନିର୍ବାଚନ କମିଶନ ନିରପେକ୍ଷ ଭାବେ ନିର୍ବାଚନ କରିବାକୁ ଘୋଷଣା କରିଥିବା ବେଳେ ବିଜେଡି କିଛି ଗୁଣ୍ଡା ଭଦ୍ରକର ବିଧାୟକ ତଥା ବର୍ତମାନର ଭଣ୍ଡାରିପୋଖରୀ ବିଜେଡି ପ୍ରାର୍ଥୀ ଙ୍କ ଇଙ୍ଗିତ ରେ କର୍ମୀ ମାନେ ଗୁଣ୍ଡାଗର୍ଦୀ କରୁଛନ୍ତି ବୋଲି ସିଧା ସଳଖ କହିଛନ୍ତି ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଙ୍କ ପୁଅ ନବଜୋତି ପଟ୍ଟନାୟକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
congress-leader-niranjan-patnaiks-showroom-is-raid | Argus News