Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦନାମ୍‌ରୁ ବର୍ତ୍ତିବାକୁ କଂଗ୍ରେସର ନୂଆ ଫଣ୍ଡା !

Odisha

ବଦନାମ୍‌ରୁ ବର୍ତ୍ତିବାକୁ କଂଗ୍ରେସର ନୂଆ ଫଣ୍ଡା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବଦନାମ୍‌ରୁ ବର୍ତ୍ତିବାକୁ କଂଗ୍ରେସର ନୂଆ ଫଣ୍ଡା !

ଗତକାଲି ରଣକ୍ଷେତ୍ର ପାଲଟିଥିଲା ମହାତ୍ମା ଗାନ୍ଧି ମାର୍ଗ । ଚୌକି ସହ ଉଡ଼ିଲା ଟେକାପଥର । କି ପୋଲିସ... କି ସାମ୍ବାଦିକ... କେହି ବର୍ତ୍ତିଲେନି । ବେକାବୁ କଂଗ୍ରେସ କର୍ମୀ । ଏବେ ପ୍ରଶ୍ନ ଉଠିଛି, କାହିଁକି ରକ୍ତାକ୍ତ ଆନ୍ଦୋଳନର ରୂପନେଲା କଂଗ୍ରେସର ବିଧାନସଭା ଘେରାଉ । ନେତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ କି କର୍ମୀ । ଦଳ ପାଇଁ ବୁମେରାଂ ହେବ କି ଉଗ୍ର ଆନ୍ଦୋଳନ । ପୋଲିସ ଉପରେ ଆକ୍ରମଣ ଘଟଣାରେ ଲାଗିଛି ଦଙ୍ଗା ସୃଷ୍ଟି ଭଳି ଅପରାଧର ଦଫା । ଆଇନ ମନ୍ତ୍ରୀ କହିଛନ୍ତି, କଂଗ୍ରେସର ଗୁଣ୍ଡାମି ଗଣତନ୍ତ୍ର ପାଇଁ ବିପଦ ।

ଉଗ୍ର କଂଗ୍ରେସ ସମର୍ଥକଙ୍କୁ ରୋକିବାକୁ ପୋଲିସ ପ୍ରଥମେ କଲା ପାଣି ମାଡ଼। ପରେ ଲୁହବୁହା ଗ୍ୟାସ ବି ପ୍ରୟୋଗ କରାଗଲା। କିଛି କାଟୁ କଲାନି ଶେଷରେ ଆରମ୍ଭ ହେଲା ପୋଲିସର ଲାଠିଚାର୍ଜ । ଯେଉଁଥିରେ କିଛି କଂଗ୍ରେସ କର୍ମୀ ବି ହେଲେ ଆହତ।

ଏହି ଘଟଣାର ପର ଦିନ ପୁଣି କଂଗ୍ରେସ କଲା ପ୍ରତିବାଦ । କିନ୍ତୁ ଗତକାଲି ଭଳି ନଥିଲା ଉଗ୍ର । କଂଗ୍ରେସ ଭବନରୁ ଘଣ୍ଟ ବଜାଇ ଆର୍ଯ୍ୟ ମନ୍ଦିର ଯାଏ ହୋଇଥିଲା ଶୋଭାଯାତ୍ରା। ସେଠି ପୋଲିସ ଓ କଂଗ୍ରେସ କର୍ମୀଙ୍କ ଆଶୁ ଆରୋଗ୍ୟ କାମନା ସହ ସରକାରଙ୍କୁ ସଦବୁଦ୍ଧି ଦେବାକୁ କରିଥିଲେ ପ୍ରାର୍ଥନା।

ଏବେ ପ୍ରଶ୍ନ ଗତକାଲିର ଆଭିମୁଖ୍ୟ ପରେ ବଦନାମରୁ ବର୍ତ୍ତିବାକୁ କଂଗ୍ରେସ ଆପଣାଛି କି ଏ ପ୍ରକାର ରଣନୀତି ? ତେବେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ କଂଗ୍ରେସ କର୍ମୀଙ୍କ ଉଗ୍ର ତାଣ୍ଡବ ଯେଉଁମାନେ ଦେଖିଛନ୍ତି ଏହି ଘଣ୍ଟ ଶୋଭାଯାତ୍ରା କଂଗ୍ରେସ ପ୍ରତି ସେମାନଙ୍କ ଧାରଣା ବଦଳାଇ ପାରିବ କି ? ବିଜେପି କହିଛି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିବନି କଂଗ୍ରେସର ଏହି ଡ୍ରାମା ।

ସେପଟେ ଗତକାଲିର ଘଟଣାରେ ବଦନାମ ହୋଇଥିବା କଂଗ୍ରେସର ଭାବମୁର୍ତ୍ତି ସୁଧାରିବାକୁ ସାମ୍ବାଦିକ ସମ୍ମିଳନୀ କରିଥିଲେ ପିସିସି ସଭାପତି। କହିଛନ୍ତି କିଛି  ଅଣ କଂଗ୍ରେସ ଲୋକ ଆସିଥିଲେ ଆମେ ତାଙ୍କୁ ଜାଣିନୁ । ଯେଉଁମାନେ ଦଙ୍ଗା କଲେ ସେମାନେ ଆମ ଦଳର ଲୋକ ନୁହନ୍ତି । ଆମକୁ ଗିରଫ କଲେ ଆଗକୁ ବଡ଼ ଆନ୍ଦୋଳନକୁ ଇନ୍ଧନ ଯୋଗାଇବ । ସେହିପରି ଏଆଇସିସି ମିଡିଆ ସେଲ ଅଧ୍ୟକ୍ଷ୍ୟ ପବନ ଖେରା କହିଛନ୍ତି ଗତକାଲିର ଘଟଣା ସମ୍ପର୍କରେ ରାହୁଲ ଗାନ୍ଧି ଅବଗତ ଅଛନ୍ତି । ମହିଳାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ କଂଗ୍ରେସ । ଆଇନ ମନ୍ତ୍ରୀ କହିଛନ୍ତି କଂଗ୍ରେସର ଗୁଣ୍ଡାମି ଗଣତନ୍ତ୍ର ପାଇଁ ବିପଦ। ଫଟୋ ଓ ଭିଡିଓ ଆଧାରରେ ଆକ୍ସନ ନେବ ପୋଲିସ ।

ଏହାରି ଭିତରେ ଗତ ୨୬ ତାରିଖରେ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିବା ଓ ୨୭ ତାରିଖରେ ଆନ୍ଦୋଳନ ବେଳେ ପୋଲିସ ଉପରକୁ ପଥର ଓ ଚେୟାର ମାଡ଼ କରିବାକୁ ନେଇ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି । ଲୋୟର ପିଏମଜିରେ ପୋଲିସ ଉପରେ ଆକ୍ରମଣ ଘଟଣାରେ କଂଗ୍ରେସ କର୍ମୀଙ୍କ ଉପରେ ଦଙ୍ଗା ସୃଷ୍ଟି ଭଳି ଅପରାଧର ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress' new Trick to get out of trouble! | Argus News