କଂଗ୍ରେସର ଗର୍ଜନ ! ବ୍ୟାରିକେଟ୍ ଭାଙ୍ଗିଲେ, ପୋଲିସ ସହ ଧସ୍ତାଧସ୍ତି ଠେଲାପେଲା

ଭୁବନେଶ୍ୱର ଲୋୟର ପିଏମଜିରେ କଂଗ୍ରେସର ଗର୍ଜନ । ବ୍ୟାରିକେଟ୍ ଭାଙ୍ଗିଲେ କଂଗ୍ରେସ କର୍ମୀ । ବିଧାନସଭା ଯିବା ବେଳେ କଂଗ୍ରେସ-ପୋଲିସ ମୁହାଁମୁହିଁ । ଧସ୍ତାଧସ୍ତି ଓ ଠେଲାପେଲା ପରିସ୍ଥିତି । ମହିଳା ହିଂସାକୁ ନେଇ ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ସତ୍ତ୍ବେ ଅସହିଷ୍ଣୁ କଂଗ୍ରେସ । ତେବେ ରାଜ୍ୟରେ ମହିଳା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଥିଲେ । କିନ୍ତୁ କଂଗ୍ରେସ ଅସହିଷ୍ଣୁ ହୋଇ ପଡୁଛି । ଗତ ୨୪ ବର୍ଷର ବିଜେଡି ଶାସନରେ ମହିଳା ହିଂସା ମାମଲା ବହୁତ ଖରାପ ସ୍ଥିତିକୁ ଚାଲି ଯାଇଥିଲା । ଏଥିରେ ନିହାତି ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହା ଉପରେ ବିତର୍କର ଆବଶ୍ୟକତା ରହିଛି ।
ବିଧାନସଭା ଘେରାଉ କରିବାକୁ ରାମମନ୍ଦିର ଛକରୁ ବିଧାନସଭା ଅଭିମୁଖେ ପଦଯାତ୍ରା କରି ବାହାରିଥିଲେ ଶହ ଶହ କଂଗ୍ରେସ ନେତା ଓ କର୍ମୀ ।
ସେପଟେ କଂଗ୍ରେସର ଘେରାଉ ବେଳେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ପୋଲିସ ଛାଉଣୀରେ ରହିଛି ରାଜଧାନୀ । ପ୍ରାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଜମହଲରୁ ରୂପାଲି ରାସ୍ତାରେ କଟକଣା ଲାଗୁ କରିଛି କମିଶନରେଟ୍ ପୋଲିସ । ଅପରାହ୍ମ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ରହିଛି । ସେହିପରି ଏଜି ଛକ, ଲୋକସେବା ଭବନ ଗେଟ, ବିଧାନସଭାର ୪ଟି ଗେଟ, ରବିନ୍ଦ୍ର ମଣ୍ଡପ ଛକ, ଲୋୟର ପିଏମଜି, ମାଷ୍ଟରକ୍ୟାଣ୍ଟିନ ଛକ ପୋଲିସ ଛାଉଣୀରେ ରହିଛି ।
📱 Get Argus News App
✨ଅନ୍ୟପଟେ କଂଗ୍ରେସ କର୍ମୀ ଓ ନେତାଙ୍କୁ ପ୍ରିଭେଣ୍ଟିଭ ଆରେଷ୍ଟ କରିଛି ପୋଲିସ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କମିଶନରେଟ ପୋଲିସ । କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସହ କିଛି ଯୁବ ଓ ଛତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ଆଜି ଭୋର ସକାଳୁ ପୋଲିସ ଅଟକ ରଖିଛି । ସେହିଭଳି ଅନ୍ୟ ଜିଲ୍ଲାରୁ ଆସୁଥିବା କିଛି କଂଗ୍ରେସ କର୍ମୀଙ୍କୁ ମଧ୍ୟ ବିଭିନ୍ନ ଥନାରେ ଅଟକ ରଖା ଯାଇଥିବା ସୂଚନା ମିଳିଛି ।
ରାଜ୍ୟରେ ମହିଳା ବିରୋଧୀ ହିଂସାର ବଢ଼ୁଥିବା ଘଟଣାକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ବିଧାନସଭା ସମ୍ମୁଖରେ ଗୁରୁବାର ଏକ ବିଶାଳ ପ୍ରତିବାଦ କରାଯାଉଛି । ବିଶୃଙ୍ଖଳିତ ଆଚରଣ ଯୋଗୁ ୧୪ ଜଣ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ଗୋଟିଏ ସପ୍ତାହ ପାଇଁ ନିଲମ୍ବିତ କରାଯିବା ପରେ ରାଜଧାନୀରେ କଂଗ୍ରେସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।