ଆଜି ବି ଧୋଇଗଲା ପ୍ରଶ୍ନକାଳ, ଘଣ୍ଟ ଓ ମହୁରୀ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ଵର: ବିଧାନସଭାରେ ଅଚଳାବସ୍ଥା । ଚାଲି ପାରୁନି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଓ ହୋ ହଲ୍ଲା ପାଇଁ ବିଧାନସଭାକୁ ମୁଲତବି କରିଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଘଣ୍ଟ ବାଡ଼େଇବା ସହ ମହୁରୀ ବଜାଇ ପ୍ରତିବାଦ କରିଥିଲେ । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବା ବେଳେ ବାଚସ୍ପତିଙ୍କ ପୋଡିୟମ୍ ତଲେ ଘଣ୍ଟ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ।
ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ବିଗତ ୭ ଦିନ ହେଲା ବିଧାନସଭାରେ ଏଭଳି ସ୍ଥିତି ଲାଗି ରହିଛି । ୭ ଦିନ ତଳେ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ବାଚସ୍ପତି ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରିଥିଲେ ।
ଆଉ ୭ ଦିନର ନିଲମ୍ବନ ପରେ ଗୃହକୁ ତାରା ଫେରିଥିବା ବେଳେ ପ୍ରତିବାଦ କରିଛନ୍ତି । କଂଗ୍ରେସ ବିଧାୟକ କଳା ଡ୍ରେସ୍ ପିନ୍ଧି ଗୃହକୁ ଆସିବା ସହ ଘଣ୍ଟ, ମହୁରୀ ବଜାଇ ଗୃହକୁ ଅଚଳ କରି ଦେଇଛନ୍ତି । କଂଗ୍ରେସକୁ ଏଥିରେ ସାଥ୍ ଦେଇଛି ବିରୋଧୀ ବିଜେଡି । ବିରୋଧୀ ଦଳର ଏଭଳି ଆଭିମୁଖ୍ୟ ଶାସକ ବିଜେପି ବିଧାୟକ ନା ପସନ୍ଦ କରିଛନ୍ତି । କହିଛନ୍ତି, ପ୍ରଶ୍ନକାଳରେ ବିରୋଧୀ ପ୍ରଶ୍ନ କରନ୍ତୁ, ମନ୍ତ୍ରୀ ଉତ୍ତର ରଖିବେ । ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ଶୋବା ପାଉନି ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।