Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  କଂଗ୍ରେସର ରାଜ୍ୟ ମୁଖିଆ ବଛା,ଆଉ କେତେଦିନ?

Odisha

 କଂଗ୍ରେସର ରାଜ୍ୟ ମୁଖିଆ ବଛା,ଆଉ କେତେଦିନ?

Sangram Tripathy
Browse all articles by Sangram Tripathy
·1 year ago·2 min read
 କଂଗ୍ରେସର ରାଜ୍ୟ ମୁଖିଆ ବଛା,ଆଉ କେତେଦିନ?


ଅର୍ଗସ ବ୍ୟୁରୋ:ରାସ୍ତାରେ କଂଗ୍ରେସ,ଚିନ୍ତାରେ କର୍ମୀ ଠୁ ନେତା,ଆମଠୁ ଏକଥା ଶୁଣିସାରିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ, କାହିଁକି ବାଟବଣା ହୋଇପଡିଛି ରାଜ୍ୟ କଂଗ୍ରେସ। ଦିନ ଗଡୁଛିହେଲେ ସୁପ୍ରିମୋ ରାଜ୍ୟ ମଙ୍ଗୁଆଳ ବାଛିବାରେ କାହିଁକି କରୁଛନ୍ତି ଏତେ ବିଲମ୍ବ,ସେ ପ୍ରଶ୍ନର ଉତ୍ତର ନାହିଁ କାହା ପାଖରେ । ଅନ୍ୟପଟେ ନେତା ବି ଗୁମମାରି ବସିଗଲେଣି,ଅପେକ୍ଷା ହାଇକମାଣ୍ଡଙ୍କ ନିଷ୍ପର୍ତ୍ତିକୁ । ବିନା ରାଜ୍ୟ ମୁଖିଆରେ କଂଗ୍ରେସ କେମିତି ବଢିବ ଆଗକୁ,ସାମ୍ନାରେ ରାଜ୍ୟସରକାରଙ୍କୁ ଘେରିବାକୁ ଲୋକଙ୍କ ସ୍ବାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗ ରହିଥିଲେ ମଧ୍ୟ ହାତ ନେତା କିନ୍ତୁ କାଁ ଭାଁ ଛାଡିଦେଲେ ବିଶେଷ ମୁହଁ ଖୋଲୁନାହାନ୍ତି। ସମସ୍ତେ ଅପେକ୍ଷା କରିଛନ୍ତି ନୂଆ ମୁଖିଆ ଚୟନକୁ ,ଆଉ ଏହାରି ଭିତରେ ଯୁବ ନା ବରିଷ୍ଠ କାହା ଉପରେ ଭରସା କରିବେ ସୁପ୍ରିମୋ,କିଏ ବଦଳାଇବ କଂଗ୍ରେସର ଭାଗ୍ୟ। ଥମୁନି କଂଗ୍ରେସର ଚୌକିଟଣା ଭିତିରି ରାଜନୀତି।

କଂଗ୍ରେସର କନ୍ଦଳ ଏତେ ବଢିଛି ଯେ କଂଗ୍ରେସ କୁଆଡେ ଫାଳଫାଳ ହୋଇସାରିଲାଣି । ଆଉ ଗହଳି ନାହିଁ ଖାଁ ଖାଁ କଂଗ୍ରେସ ଭବନ। ନିଜ ଦଳର କର୍ମୀ ବି ପ୍ରଶ୍ନ କରିବା ଆରମ୍ଭ କଲେଣି ଓଡ଼ିଶା କଂଗ୍ରେସରେ ଚାଲିଛି କଣ, ହେଲେ ଏଯାଏ ଏଆଇସିସି ପକ୍ଷରୁ ଚୟନ ହୋଇପାରୁନି ପିସିସି ସଭାପତି। ସ୍ଥିର ହୋଇପାରୁନି କିଏ ନେବ ଶରତ ପଟ୍ଟନାୟକଙ୍କ ସ୍ଥାନ । ନେତୃତ୍ବ ଅଭାବରୁ ଦଳର ନେତାବି ନିରବଦ୍ରଷ୍ଚା ସାଜିଛନ୍ତି । ପଦକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ। ସଭାପତି ହେବା ପାଇଁ ଦିଲ୍ଲୀରେ ନେତାଏ ବି ନିଜ ନିଜ ସ୍ତରରେ ଲବି କରି ଫେଲ୍ ମାରିଲେଣି ତଥାପି କସରତ ଜାରି ରଖିଛନ୍ତି ହାତ ନେତା।

ସଭାପତି ରେସରେ ଆଗରେ ରହିଛନ୍ତି କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକା। କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେ ଦୁଇ ଥର ସାଂସଦ ଭାବେ ନିର୍ବାଚନ ମଧ୍ୟ ଜିତିଛନ୍ତି। ସେହିପରି କଟକ ବାରବାଟୀ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ ମଧ୍ୟ ତାଲିକାରେ ରହିଛନ୍ତି ବେଶ ଆଗରେ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ମଧ୍ୟସଭାପତି ରେସରେ ରହିଛନ୍ତି,ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଶ୍ରୀକାନ୍ତ ଜେନା ମଧ୍ୟ ଏହି ରେସରେ ରହିଛନ୍ତି। ପ୍ରକୃତରେ ସୁପ୍ରିମୋଙ୍କ ଗୁଡ୍ ଲିଷ୍ଟରେ କିଏ ଚର୍ଚ୍ଚା ନାଁ ମଧ୍ୟରୁ ଗୋଟିଏ ନାଁରେ ମୋହର ମାରିବେ ମୁଖିଆ ନାଁ ନୂଆ ଚେହେରା ଉପରେ କରିବେ ଭରଷା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ କହିଛନ୍ତି ଏଆଇସିସି ଯାହାକୁ ପିସିସି ସଭାପତି ଭାବେ ଚୟନ କରିବ ଆମେ ତାକୁ ସମର୍ଥନ କରିବୁ ।ମିଳିଥିବା ସୂଚନା ଅନୁସାରେ କୁଆଡେ ଏଇ ମାସ ଶେଷ ସୁଦ୍ଧା ଘୋଷଣା ହୋଇପାରେ ପିସିସି ସଭାପତି ଙ୍କ ନାଁ ବୋଲି ଜଣାପଡିଛି। ସଭାପତି ବଦଳିଲେ ବଦଳିବ ତ କଂଗ୍ରେସର ଭାଗ୍ୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Congress state chief elected, how long? | Argus News